www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରକୃତିର ସନ୍ତୁଳନ ପାଇଁ କୃତ୍ରିମ ପକ୍ଷୀ ବସା, ସ୍ବେଚ୍ଛାସେବୀଙ୍କ ଅଭିନବ ପ୍ରୟାସକୁ ଭୁରି ଭୁରି ପ୍ରଶଂସା

ପାଟଣା : ପୃଥିବୀ କେବଳ ମଣିଷମାନଙ୍କ ପାଇଁ ନୁହେଁ ଏଠାରେ କିଟ, ପତଙ୍ଗ, ସରିଶୃପ, ପକ୍ଷୀ ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ଜୀବଜନ୍ତୁଙ୍କର ରହିବା ଓ ବଞ୍ଚିବାର ଅଧିକାର ରହିଛି । ଖାଦ୍ୟ ଓ ଖାଦକ ନିୟମରେ କେବଳ ଜୀବଜନ୍ତୁ ଯେ ମଣିଷର ଆହାର ହେଇଛନ୍ତି ତାହା ନୁହେଁ ମଣିଷ ବି ବିଭିନ୍ନ ସମୟରେ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ପାଲଟିଛି । ତେବେ ଏ ସୃଷ୍ଟିକୁ ରକ୍ଷା କରିବା ଓ ସୁନ୍ଦରତା ଭରି ଦେବାରେ ମଣିଷର ଯୋଗଦାନ ସର୍ବାଧିକ ହୋଇଥିବା ବେଳେ ଏହିଭଳି କିଛି ମହତ ଯୋଗଦାନ ଦେଇଥିବା ଜଡିଚାତର ଗ୍ରାମର କିଛି କୁନିକୁନି ନାବାଳକଙ୍କ ମହତ କାର୍ୟ୍ୟ କେବଳ ପାଟଣା ବ୍ଲକ ନୁହେଁ ସମଗ୍ର କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

ପାଟଣା ବ୍ଲକ ଜଡିଚାତର ଗ୍ରାମର ବିର୍ସା ମୁଣ୍ଡା ଇକୋ ସେଭର ୟୁଥ ନେଟୱର୍କ ସଦସ୍ୟମାନଙ୍କ ଦ୍ଵାରା ଆଖପାଖ ଗ୍ରାମରେ ଗ୍ରାମବାସୀମାନଙ୍କୁ ବିଭିନ୍ନ ପ୍ରକାର ପକ୍ଷୀମାନଙ୍କର କଳରବରେ ବାନ୍ଧି ରଖିବା ପାଇଁ ନିଜ ଗ୍ରାମ ସହ ଆଖପାଖ ଗ୍ରାମରେ ଥିବା ବିଭିନ୍ନ ପ୍ରକାର ଗଛରେ କିଛି ଯୁବକ କୃତ୍ରିମ ପକ୍ଷୀ ବସା ତିଆରି କରି ବିଭିନ୍ନ ପକ୍ଷୀମାନଙ୍କୁ ଗାଁ ମୁହାଁ କରାଇବାରେ ସକ୍ଷମ ହେବା ଘଟଣା ଗ୍ରାମବାସୀଙ୍କୁ ବେଶ ଆନନ୍ଦ ଦେଉଥିବା ଦେଖାଯାଇଛି ।

- Advertisement -

ପିକକ୍ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନର ପରିଚାଳନା ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ସମ୍ପାଦକ ରଞ୍ଜନ କୁମାର ମହାନ୍ତିଙ୍କଠାରୁ ପ୍ରେରଣା ପାଇ ବିର୍ସା ମୁଣ୍ଡା ଇକୋ ସେଭର୍ ୟୁଥ୍ ନେଟୱର୍କ ସଦସ୍ୟ ସର୍ବଶ୍ରୀ ଲକ୍ଷ୍ମୀଧର ମହାନ୍ତ , ଜଗନ୍ନାଥ ନାଏକ , ମାନସ ରଞ୍ଜନ ନାଏକ ଓ ମାନସ ରଞ୍ଜନ ପାତ୍ର ପ୍ରମୁଖ ଜଡ଼ିଚାତର ଓ ଆଖପାଖ ଗ୍ରାମରେ ଏହି ଭଳି ପକ୍ଷୀ ବସା ତିଆରି କରୁଥିବା ଦେଖିବାକୁ ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories