www.samajalive.in
Saturday, December 6, 2025
26.1 C
Bhubaneswar

କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଶିକାରୀ ଗିରଫ

ହରଭଙ୍ଗା : ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟର ମାରଡା ବିଟ୍ ଅଂଚଳରୁ ବନ୍ୟପ୍ରାଣି ବିଭାଗ ବନ୍ଧୁକ ସହ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଶିକାରୀ ଜଣଙ୍କ ହେଉଛନ୍ତି ମାନସ ପ୍ରଧାନ(୪୫) ।ତାଙ୍କ ଘର ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ବଡ ବାଣପୁର ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ଶୀତଳପାଣି ସେକ୍ସନର ମାରଡା ଫରେଷ୍ଟ ବିଟ ଅଂଚଳରେ ମାନସ ପ୍ରଧାନ ଅନ୍ୟ ଜଣେ ସହଯୋଗୀ ଏକ ଚୋରା ଖେଂଚା ବନ୍ଧୁକରେ ଶିକାର ଉଦ୍ୟମ କରୁଥିଲେ।ପରୀକ୍ଷାମୂଳକ ଭାବେ ଗୋଟିଏ ଗୁଳି ଫୁଟାଇଥିଲେ। ଗୁଳି ଶବ୍ଦ ଶୁଣି ପେଟ୍ରୋଲିଂ ଟିମ  ପିଛା କରିବା ସହ ମାନସକୁ କାବୁ କରିଥିଲେ। ତା ପାଖରୁ ଏକ ଚୋରା ବନ୍ଧୁକ ସହ ଶିଶା,ବାରୁଦ ଭଳି ଗୁଳି ତିଆରି ସାମଗ୍ରୀ ଜବତ କରିଥିଲେ। ଏହି ଘଟଣାରେ କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁକରି ଅଭିଯୁକ୍ତ ମାନସ ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଥିବା ଶୀତଳପାଣି ଫରେଷ୍ଟର ଲକ୍ଷ୍ମୀନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟ ଜଣେ ସହଯୋଗୀ ଫେରାର ଥିବା ସେ ସୂଚନା ଦେଇଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories