ସୋର : ସୋର ପୁଲିସ ସୋମବାର ବିଳମ୍ବିତ ରାତିରେ ମହୋତ୍ସବ ପଡିଆରୁ ୪ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ବନ୍ଧୁକ, ଭୁଜାଲି, ମୋବାଇଲ ଜବତ କରିଛି। ଡାକାୟତମାନେ ହେଲେ ସାପ ଓରଫ ସରୋଜ କୁମାର ମଲ୍ଲୀକ, ସୁଶାନ୍ତ ମଲ୍ଲିକ, ସୁଟର ରାଜେଶ ପାଢୀ, ରାଜେଶ ଦାସ ।
ସୂଚନା ଅନୁଯାୟୀ, ଡକାୟତମାନେ ଡକାୟତି ପାଇଁ ଯୋଜନା କରୁଥିବା ଖବର ପୁଲିସ ପାଇ ଘଟଣା ସ୍ଥଳରୁ ସେମାନଙ୍କୁ ଗିରଫ କରିଥିଲା। ଗିରଫ ଡକାୟତମାନେ ପୂର୍ବରୁ ୫ଟି ମାମଲାରେ ସଂପୃକ୍ତଥିବା ଜଣାପଡ଼ିଛି। ଡକାୟତମାନେ ସୋର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ବନ୍ଧୁକ ଦେଖାଇ ଛିନତାଇ କରିଥିଲେ। ଡକାୟତମାନେ ଗତ ନଭେମ୍ବର ମାସ ୨୭ ତାରିଖ ଦାଣ୍ଡହରିପୁରରେ ଛିନତାଇ ବେଳେ ଗୁଳିକାଣ୍ଡରେ ସଂପୃକ୍ତି ରହିଥିବା ପୁଲିସ ସୂଚନା ଦେଇଛି।



