www.samajalive.in
Saturday, December 6, 2025
26.1 C
Bhubaneswar

ନାବାଳିକାକୁ ବଳାତ୍କାର ଅଭିଯୋଗ, ଦୁଇ ଯୁବକ ଗିରଫ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ଜଣେ ନାବାଳିକାକୁ ୨ ଜଣ ଯୁବକ ପ୍ରଥମେ ଅପହରଣ କରି ପରେ ବଳାତ୍କାର କରିଥିବା ନେଇ କାଲିମେଳା ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କାଲିମେଳା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଳାଣ କରିଥିବା ଜଣାପଡିଛି।

କାଲିମେଳା ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ ସୂଚନା ଅନୂଯାୟୀ ସିଆଡିମାଳ ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକା ଝିଅ ପଡିଆ ବ୍ଲକର ଗିରକାନପାଲ୍ଲୀ ଆଶ୍ରମ ବିଦ୍ୟାଳୟରେ ପଡୁଥିବା ସମୟରେ ଉକ୍ତ ଗିରକାନପାଲ୍ଲୀ ଗ୍ରାମର ଜଣେ ୧୯ ବର୍ଷ ଯୁବକ ସହିତ ଛାତ୍ରୀ ପରିଚୟ ହେବା ସହ ବହୁଦିନ ଧରି ଉଭୟଙ୍କ ମଧ୍ୟରେ ଲୁଚିଛପି କଥାବାର୍ତ୍ତା ମଧ୍ୟ ଚାଲିଥିଲା। ପରେ ଛାତ୍ରୀ ଜଣଙ୍କ ଗତ ଜୁନ ମାସ ଖରା ଛୁଟିରେ ନିଜ ଘର ସିଆଡିମାଳକୁ ଚାଲିଯାଇ ଥିଲେ ଓ ପରେ କାଙ୍ଗୁରୁକୋଣ୍ଡା ଆଦର୍ଶ ବିଦ୍ୟାଳୟରେ ଛାତ୍ରୀ ଜଣଙ୍କ ନାମ ଲେକାଇଥିଲେ।

- Advertisement -

ଗତ ଜୁନ ମାସ ଶେଷ ସପ୍ତାହରେ ଗିରକାନପାଲ୍ଲୀ ଗ୍ରାମର ଉକ୍ତ ଯୁବକ ସେହି ଗ୍ରାମର ଅନ୍ୟ ଜଣେ ସାଥୀ ସହିତ ଏକ ମଟର ସାଇକେଲ ଯୋଗେ ଗିରକାନପାଲ୍ଲୀରୁ ଛାତ୍ରୀକୁ ଦେଖା କରିବାକୁ ସିଆଡିମାଳ ଯାଇଥିଲେ। ପରେ ଛାତ୍ରୀଙ୍କୁ ଗ୍ରାମରେ ଥିବା ଏକ ମନ୍ଦିର ନିକଟସ୍ଥ ଜଙ୍ଗଲ ଭିତରକୁ ଡାକି ତା ସହିତ ଆଗରୁ ପରିଚୟ ହୋଇଥିବା ଯୁବକ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଥିରେ ଅନ୍ୟ ଜଣେ ନାବାଳକ ଭିଡିଓ କରିବାସହ ତାକୁ ସହାୟତା କରିଥିବା ଅଭିଯୋଗ ହୋଇଛି। ପରେ ଏହି ଦୁଇଜଣ ଯୁବକ ଏ କଥା କାହାକୁ ନଜଣାଇବା ପାଇଁ ଧମକ ଦେବାସହ ୭ ହଜାର ଟଙ୍କା ଯାଚିଥିଲେ। ଏହି କଥା ପ୍ରଘଟ କଲେ ବଳାତ୍କାର ବିଡିଓକୁ ଭାଇରାଲ କରିଦେବୁ ବୋଲି ଧମକ ଦେଇଥିବା ଥାନାରେ ଗୁରୁତର ଅଭିଯୋଗ ହୋଇଛି। ଏହି ଘଟଣା ବିଷୟରେ ଛାତ୍ରୀ ଜଣଙ୍କ ଘରେ କହିବା ପରେ ପରିବାର ଲୋକ ଗତ ୨୭ ତାରିଖରେ କାଲିମେଳା ଥାନାରେ ମାମଲା ରୁଜୁ କରିଥିଲେ। କାଲିମେଳା ପୁଲିସ ଏହାର ତଦନ୍ତ କରି ଆଜି ଗିରକାନପାଲ୍ଲୀ ଗ୍ରାମର ଦୁଇଜଣ ଯୁବକଙ୍କୁ ଗିରଫ କରିବା ସହ ଥାନା କେସ ନଂ ୪୧/୧୮ ରେ କେ ମାମଲା ରୁଜୁ କରି ସେମାନଙ୍କ ବିରୋଧରେ ପୋକ୍ସୋ ଧାରା ଲଗାଯାଇଥିବା ଜଣାପଡିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories