www.samajalive.in
Saturday, December 13, 2025
26.1 C
Bhubaneswar

ସେନା ଆଧୁନିକୀକରଣରେ ଅର୍ଥ ବାଧକ

ନୂଆଦିଲ୍ଲୀ : ଭାରତୀୟ ସେନା ଆଧୁନିକୀକରଣରେ ଅର୍ଥ ବାଧକ ସାଜିଛି । ଏହାକୁ ନେଇ ସେନାର ବରିଷ୍ଠ ଅଧିକାରୀ ଓ ପ୍ରତିରକ୍ଷା ବିଶେଜ୍ଞମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ସ୍ଥାୟୀ ସଂସଦୀୟ କମିଟି ସମ୍ମୁଖରେ ସେନାର ବରିଷ୍ଠ ଅଧିକାରୀମାନେ ରଖିଥିବା ସୂଚନା ଅନୁସାରେ ସେନାର ୬୮% ପୁରୁଣା ଅସ୍ତ୍ରଶସ୍ତ୍ର ବଦଳାଇବା ଆବଶ୍ୟକ ହୋଇପଡିଛି । ଏହି ସବୁ ଅସ୍ତ୍ରଶସ୍ତ୍ର ସଂଗ୍ରହାଳୟରେ ସଜାଇ ରଖିବା ସ୍ଥିତିରେ ପହଞ୍ଚିଲେଣି ବୋଲି ସେନାର ବରିଷ୍ଠ ଅଧିକାରୀ ମତବ୍ୟକ୍ତ କରିଛନ୍ତି । ଏପଟେ ପ୍ରତିରକ୍ଷା ବଜେଟରେ ସେନା ଆଧୁନିକୀକରଣ ପାଇଁ ପ୍ରର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା କରାଯାଇନାହିଁ ।

ଉପ ସେନା ପ୍ରମୁଖ ଲେଫ୍ଟନାଣ୍ଟ ଜେନରାଲ ଶରତଚନ୍ଦ୍ର ସ୍ଥାୟୀ ସଂସଦୀୟ କମିଟି ସମ୍ମୁଖରେ ରଖିଥିବା ତଥ୍ୟ ଅନୁସାରେ ସେନା ଆଧୁନିକୀକରଣ ଯୋଜନାରେ ମେକ୍‌ ଇନ ଇଣ୍ଡିଆ ଅଧୀନରେ ୨୫ଟି ପ୍ରକଳ୍ପର ଚିହ୍ନଟ କରାଯାଇଛି । ତେବେ ଆବଶ୍ୟକ ଅର୍ଥ ନଥିବାରୁ କେତେକ ପ୍ରକଳ୍ପକୁ ବନ୍ଦ କରିବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଛି ।

- Advertisement -

ସଂପ୍ରତି ସେନାର ୨୪% ଅସ୍ତ୍ରଶସ୍ତ୍ର ବ୍ୟବହାର ଯୋଗ୍ୟ ରହିଛି । ୮% ପୂର୍ଣ୍ଣରୂପେ ଆଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ୨୦୧୮-୧୯ ବଜେଟ୍‌ରେ ସେନା ଆଧୁନିକୀକରଣ ପାଇଁ ୨୧,୩୮୮ କୋଟି ଟଙ୍କା ଆବଣ୍ଟନ କରାଯାଇଥିବାବେଳେ ଏଥି ନିମନ୍ତେ ୨୯,୦୩୩ କୋଟି ଟଙ୍କାର ଆବଶ୍ୟକତା ରହିଛି । ଭାରତୀୟ ବାୟୁ ସେନା, ନୌ ସେନା, ତଟରକ୍ଷୀ ବାହିନୀର ବରିଷ୍ଠ ଅଧିକାରୀମାନେ ଚିନ୍ତାଜନକ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି ।

ପାଣ୍ଠିର ଅଭାବ ନେଇ ସ୍ଥାୟୀ ସଂସଦୀୟ କମିଟି ସରକାରଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି । ଏହି କମିଟିରେ ସେନାର ପୂର୍ବତନ ବରିଷ୍ଠ ଅଧିକାରୀମାନେ ଅଛନ୍ତି । ପ୍ରକାଶ ଯେ ୨୦୧୮-୧୯ ବଜେଟରେ ପ୍ରତିରକ୍ଷା ପାଇଁ ୨.୭୯ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟରେ ଜିଡିପିରୁ ପ୍ରତିରକ୍ଷାର ଭାଗ ୧.୫୮% ରହିଛି । ୧୯୬୨ ପରେ ୨୦୧୮ ବଜେଟରେ ଜିଡିପିରୁ ପ୍ରତିରକ୍ଷାର ଭାଗ ସର୍ବନିମ୍ନ ରହିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories