www.samajalive.in
Saturday, December 6, 2025
19.1 C
Bhubaneswar

ଭାରତୀୟ ନୌସେନାରେ ସାମିଲ ହେଲା ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କବରତ୍ତି

ଆଜି ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କବରତ୍ତି ନୌସେନାରେ ସାମିଲ ହୋଇଛି। ସେନା ମୁଖ୍ୟ ଜେନେରାଲ ଏମ. ନରୱଣେ ବିଶାଖାପଟ୍ଟନମ ନୌସେନା ଡ଼କୟାର୍ଡ଼ରେ ଏହି ଯୁଦ୍ଧପୋତକୁ କମିଶନ କରିଛନ୍ତି। ପ୍ରୋଜେକ୍ଟ ୨୮ ଅନ୍ତର୍ଗତ କାମୋର୍ଟ ଶ୍ରେଣୀର ଏହି ଯୁଦ୍ଧପୋତକୁ ସମ୍ପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳ ବ୍ୟବହାର କରି ନିର୍ମାଣ କରାଯାଇଛି। ଭାରତୀୟ ନୌସେନାର ନିଜସ୍ୱ ପ୍ରତିଷ୍ଠାନ, ନୌସେନା ଡିଜାଇନ୍ ନିର୍ଦ୍ଦେଶାଳୟ ଏବଂ କୋଲକାତା ଗାର୍ଡେନ୍ ରିଚ୍ ସିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଦ୍ୱାରା ଏହି ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କବରତ୍ତି ନିର୍ମିତ ହୋଇଛି।

- Advertisement -

ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ୪ଟି ବୁଡ଼ାଜାହାଜ ନିରୋଧୀ ଯୁଦ୍ଧ ଜାହାଜ ମଧ୍ୟରୁ ଆଇଏନଏସ କବରତ୍ତି ସର୍ବଶେଷ ଯୁଦ୍ଧ ଜାହାଜ। ଏହି ଯୁଦ୍ଧ ଜାହାଜ ନୌବାହିନୀର ଦକ୍ଷତା ବୃଦ୍ଧି କରିବ ଓ ଯୁଦ୍ଧ ଜାହାଜ ନିର୍ମାଣ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବାରେ ସାହାଯ୍ୟ କରିବ। ଏହାକୁ ନୌବାହିନୀରେ ଅନ୍ତର୍ଭୁକ୍ତ କରାଯିବା ପୂର୍ବରୁ ଏହାର ସମସ୍ତ ପରୀକ୍ଷା ସଫଳତାର ସହ ସଂପନ୍ନ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଆତ୍ମନିର୍ଭର ଭାରତ’ର ଜାତୀୟ ଉଦ୍ଦେଶ୍ୟକୁ ଏହା ଦୃଢ ଓ ପ୍ରକୃତ ଅର୍ଥରେ ପ୍ରମାଣିତ କରୁଥିବା ଭାରତୀୟ ନୌସେନାର ଜଣେ ଅଧିକାରୀ କହିଛନ୍ତି। ଏହି ଜାହାଜରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ସ୍ୱଦେଶୀ ସାମଗ୍ରୀ ରହିଛି ଏବଂ କାର୍ବନ କମ୍ପୋଜିଟ୍ ବ୍ୟବହାର କରାଯାଇଛି। ଜାହାଜର ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ସୁଟ୍ ମୁଖ୍ୟତ ପାରମ୍ପରିକ ଅଟେ ଯାହା ଦେଶର ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ଦର୍ଶାଉଛି ବୋଲି ଅଧିକାରୀ କହିଛନ୍ତି। ଏଥିରେ ବ୍ୟବହୃତ ସେନସର ସୁଟ୍ ଜଳରାଶି ମଧ୍ୟରେ ଅନ୍ୟ ଯୁଦ୍ଧପୋତକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ ସକ୍ଷମ।

ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ନ ନାଭାଲ୍ କମାଣ୍ଡର ଉପ-ଆଡମିରାଲ୍ ଅତୁଲ କୁମାର ଜେନା, ଜିଆରଏସଇ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରିୟର ଆଡମିରାଲ୍ (ଅବସରପ୍ରାପ୍ତ) ଭି କେ ସକ୍ସେନା ଏବଂ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories