www.samajalive.in
Saturday, December 6, 2025
19.1 C
Bhubaneswar

ଭାରତ ମହାସାଗର ମିଳିଥିଲା କୋଚିଆ ମାଛ, ପାଞ୍ଚ ମାସ ଗବେଷଣା ପରେ ହେଲା ନାମକରଣ

ଗୋପାଳପୁର: ପ୍ରଶାନ୍ତ ମହାସାଗରରେ ଦେଖାଯାଉଥିବା କୋଚିଆ ମାଛକୁ ପ୍ରଥମଥର ପାଇଁ ଭାରତ ମହାସାଗରରେ ଉଦ୍ଧାର ହୋଇଥିଲା। ଏବେ ଏହାର ଅଧିକ ଗବେଷଣା କରାଯିବା ସହ ମାଛର ସର୍ବିଶେଷ ତଥ୍ୟ ଥାଲାସାସ ଆନ୍ତର୍ଜାତୀୟ ଜୋନାଲ ରେ ପ୍ରକାଶିତ ହୋଇଛି। ଏହା ସହ ଏହି ମାଛର ନାମକରଣ ଆରିଓଷୋମା ମାଜୁସ୍ ବୋଲି ପରିଚୟ ଦିଆଯାଇଥିବା ଗୋପାଳପୁର ଜେଡଏସଆଇ ବୈଜ୍ଞାନିକ ଡ.ଅନୀଲ ମହାପାତ୍ର ପ୍ରକାଶ କହିଛନ୍ତି। ପଶ୍ଚିମବଙ୍ଗ ସ୍ଥିତ ପେଟୁଆ ଘାଟରୁ ଏହି ମାଛଟିକୁୁ ଗତ ୨୪ ଜୁଲାଇ ୨୦୨୦ ମସିହାରେ ଦେବ ନାରାୟଣ ରାଏ, ତପନ ଖୁଣ୍ଟିଆ ଓ ଦିପାଞ୍ଜନ ପ୍ରମୁଖ ଉଦ୍ଧାର କରିବାସହ ଏହି ପ୍ରଜାତିର ବିରଳ ମାଛ ପ୍ରଥମ ଥର ନିମନ୍ତେ ଦେଖାଯାଇଥିବାରୁ ଏହା ନେଇ ଅଧିକ ଗବେଷଣା କରାଯିବା ନିମନ୍ତେ
ଗୋପାଳପୁର ସ୍ଥିତ ଜେଡ୍ଏସଆଇକୁ ପଠାଇଥିଲେ।

 

- Advertisement -

ଗୋପାଳପୁର ସ୍ଥିତ ଜେଡ୍ଏସଆଇର ବୈଜ୍ଞାନିକ ଡ. ଅନୀଲ ମହାପାତ୍ର ମାଛ ଉପରେ ପରୀକ୍ଷା ନିରୀକ୍ଷା କରିବା ସହ ଗବେଷଣା ଆରମ୍ଭ କରିଥିଲେ। ଏହି ମାଛ ପରୀକ୍ଷା ନିରୀକ୍ଷା ପାଇଁ ଡ.ମହାପାତ୍ରଙ୍କୁ ପ୍ରାୟ ୫ ମାସ ଲାଗିଥିଲା। ଗବେଷଣା ପରେ ଏହି ପ୍ରଜାତିର ମାଛ ର ଲମ୍ବ ୨୪୬-୨୯୦ ମିଲିମିଟର ରହିଥିବା ବେଳେ ପ୍ରଶାନ୍ତ ମହାସାଗରରେ ଦେଖାଯାଉଥିବା କୋଚିଆ ମାଛ ସଦୃଶ୍ୟ ରହିଥିବା ଜଣାପଡିଥିଲା। ଏହି ମାଛର ରଙ୍ଗ ସମ୍ୟକ୍ ଧଳା ଓ ବାଦାମୀ ରଙ୍ଗର ମିଶ୍ରଣ ଏବଂ ପେଟପାଖ ଟିକେ ଫିକା, ଦେହ ଚିକଣ, ଏମାନେ ଗଭୀର ରେ ଦେଖାଯାଉଥିବା, ଏହା ବିଷାକ୍ତ ନଥିବା ଜଣାପଡିଥିଲା। ମତ୍ସ୍ୟଜୀବୀ ମାନେ ଏଭଳି ମାଛକୁ ଖାଉ ନଥିବାରୁ ଏମାନେ ଅଦରକାରୀ ମାଛ ଭାବେ ଗଣତି ହୋଇଥାନ୍ତି। ଯଦ୍ୱାରା ଏପରି ମାଛକୁ କୁକୁଡ଼ା ଖାଦ୍ୟ ରୁପେ ବ୍ୟବହାର କରାଯାଇଥାଏ। ଏମାନେ ସମୁଦ୍ର ମଧ୍ୟରେ ଛୋଟ ଛୋଟ ଗେଣ୍ଡା, ଗୁଳ୍ମ ଖାଇଥାନ୍ତି, ଏମାନଙ୍କ ମେରୁ ଦଣ୍ଡ ରହିଛି ଏଥିରେ ୧୪୧ ରୁ ୧୪୪ ଖଣ୍ଡ ହାଡ଼ ରହିଥିବା ବୈଜ୍ଞାନିକ ଅନୀଲ ମହାପାତ୍ର କହିଛନ୍ତି। ଏହି ପ୍ରଜାତିର ମାଛ ପ୍ରଶାନ୍ତ ମହାସାଗରରେ ଦେଖାଯାଉଥିବା ବେଳେ ଭାରତ ମହାସାଗର ରୁ ପ୍ରଥମ ଥର ମିଳିଥିବା ଡ଼ ମହାପାତ୍ର ସୂଚନା ଦେବା ସହ ଗତ ୧୫ ତାରିଖରେ ଥାଲାସାସ ଆନ୍ତର୍ଜାତୀୟ ଜୋନାଲରେ ପ୍ରକାଶିତ ହୋଇଥିବା ବୈଜ୍ଞାନିକ ଡ.ଅନୀଲ ମହାପାତ୍ର ପ୍ରକାଶ କହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories