www.samajalive.in
Saturday, December 6, 2025
26.1 C
Bhubaneswar

ଇସ୍ପାତ୍‍ କ୍ଷେତ୍ର ଓ ଖଣି ପରିଚାଳନା ନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

-ଇସ୍ପାତ୍‍ କାର୍ଯ୍ୟରେ ସମସ୍ତ ସହଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
-ବର୍ତମାନର ସାମାଜିକ ଦାୟିତ୍ୱକୁ ପ୍ରଥମେ ହାତକୁ ନେଉଥିବା ସଂଗଠନ ହେଲା ଏବିଭିପି
-ଦୁନିଆ ପରିବର୍ତନ ହେଉଥିବା ବେଳେ ଭାରତ ଦୁନିଆର ନେତୃତ୍ୱ ନେଉଛି

ଝାଡ଼ଖଣ୍ଡ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟି ଝାଡ଼ଖଣ୍ଡ ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ସେହିପରି ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଝାଡଖଣ୍ଡ ରାଜ୍ୟର ୨୧ତମ ଏବିଭିପି କ୍ଷେତ୍ରୀୟ ଅଧିବେଶନ କାର୍ଯ୍ୟକ୍ରମରେ ଯୋଗଦେଇ ସର୍ବଦା ବର୍ତମାନର ସାମାଜିକ ଦାୟିତ୍ୱ ନିଜ ହାତକୁ ନେଉଥିବା ସଂଗଠନର ନାଁ ଏବିଭିପି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ଶ୍ରୀ ପ୍ରଧାନ ପ୍ରଥମେ ରାଜଭବନ ଠାରେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ଝାଡ଼ଖଣ୍ଡର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପରେ ଶ୍ରୀ ପ୍ରଧାନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନଙ୍କୁ ସାକ୍ଷାତ୍‍ କରିବା ସହ ଝାଡଖଣ୍ଡରେ ଜାତୀୟ ଖଣିଜ ବିକାଶ ଉଦ୍ୟୋଗ(ଏନଏମଡ଼ିସି) ତଥା ଷ୍ଟିଲ୍‍ ଅଥୋରିଟି ଅଫ୍‍ ଇଣ୍ଡିଆର ଖଣି ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଜାତୀୟ ଖଣିଜ ଏନଏମଡ଼ିସି ଓ ସେଲର ସହଜରେ ପରିଚାଳନା ନେଇ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ମୋଦୀ ସରକାର ଏବଂ କେନ୍ଦ୍ର ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ଝାଡଖଣ୍ଡର ବିକାଶ ପାଇଁ କଟିବଦ୍ଧ ଥିବା ଶ୍ରୀ ପ୍ରଧାନ ଆଲୋଚନା କାଳରେ ଦୋହରାଇଥିଲେ।
ଝାଡଖଣ୍ଡ ରାଜ୍ୟର ୨୧ତମ ଏବିଭିପି କ୍ଷେତ୍ରୀୟ ଅଧିବେଶନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏବିଭିପି କେବଳ ଏକ ଛାତ୍ର ସଂଗଠନ ନୁହେଁ ବରଂ ଏକ ସାମାଜିକ ସଂଗଠନ, ବିଶ୍ୱର ଏକ ପ୍ରବାହ, ସାମାଜିକ ଶକ୍ତି ଓ ଆଜି ଏବଂ ବର୍ତମାନର ଭବିଷ୍ୟତ। ଆଜି ଦୁନିଆ ପରିବର୍ତନ ହେଉଥିବା ବେଳେ ଭାରତ ଦୁନିଆର ନେତୃତ୍ୱ ନେଉଛି। କରୋନା ଟିକା ପ୍ରସ୍ତୁତ କରି ଭାରତ ବିଶ୍ୱବାସୀଙ୍କ ଦାୟିତ୍ୱ ନେଇଛି। ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ। କରୋନା ଟିକା ହେଉ କିମ୍ବା ମହାମାରୀ ସମୟରେ ପିପିଇ କିଟ୍‍ ଉତ୍ପାଦନ କରିବା ଓ ବିଶ୍ୱକୁ ରପ୍ତାନୀ କରିବାରେ ଭାରତ ଅଗ୍ରଣୀ ରାଷ୍ଟ୍ର ମଧ୍ୟରେ ଉଭା ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories