www.samajalive.in
Friday, December 5, 2025
26.1 C
Bhubaneswar

ଗୁମର ଖୋଲିଲେ ଅର୍ଚ୍ଚନା ନାଗ; ବିଜେଡିର ବରିଷ୍ଠ ନେତା ଥିଲେ !

ସମାଜ ଡିଜିଟାଲ ଡେସ୍କ: ଅର୍ଚ୍ଚନାଙ୍କ ଗିରଫଦାରି ପଛରେ ବଡ ଷଡଯନ୍ତ୍ର ଥିଲା । ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ବରିଷ୍ଠ ନେତାଙ୍କ ନାଁ ନେଇ ସବୁ ଗୁମର ଖୋଲିଛନ୍ତି ଅର୍ଚ୍ଚନା । ସେ କହିଛନ୍ତି ମୋ ଗିରଫଦାରୀ ପଛରେ ବିଜେଡିର ବରିଷ୍ଠ ନେତା ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନା ଥିଲେ । ସେ କହିଛନ୍ତି ତାଙ୍କ ପଛରୁ ଛୁରୀ ମାରିଥିଲେ କିଛି ଆଗ ଧାଡିର ବିଜେଡି ନେତା ଓ ବରିଷ୍ଠ ପୁଲିସ ଅଧିକାରୀ । ତାଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିଲା । ଟଙ୍କା ଦେଇ ଅଭିଯୋଗକାରିଣୀଙ୍କୁ କିଣା ଯାଇଥିଲା । ଏହାର ପ୍ରମାଣ ତାଙ୍କ ନିକଟରେ ରହିଛି । ତତକାଳୀନ ଡିସିପି ପ୍ରତୀକ ସିଂହ ଓ ଏସିପି ପ୍ରକାଶ ପାଲ, ହିମାଂଶୁ ସାହୁ, ତତକାଳୀନ ବାଲିଅନ୍ତା ଆଇଆଇସି ଅନୁପ କାନୁନଗୋ ମଧ୍ୟ ସମ୍ପୃକ୍ତ ଥିବା କହିଛନ୍ତି ଅର୍ଚ୍ଚନା ନାଗ ।

ଅର୍ଚ୍ଚନା କହିଛନ୍ତି ଯେ ଜେଲ୍‍ ପରେଡ ବାହାନାରେ ପୁଲିସ ମୋ ପାଖକୁ ଜେଲକୁ ଯାଉଥିଲେ । ମୋତେ ବିଷ ଇଞ୍ଜେକସନ ଦେଇ ହତ୍ୟା ଉଦ୍ୟମ କରିଥିଲେ । ମାତ୍ର କିଛି ଅଣ୍ଡର ଟ୍ରାଏଲ ପ୍ରିଜନରଙ୍କ ସହଯୋଗରୁ ବଞ୍ଚି ଯାଇଥିଲେ । ତାଙ୍କ ନାଁରେ ଖଣ୍ଡଗିରି ଥାନାରେ ମାମଲା ରହିଥିଲା, ତେବେ ବାଲିଅନ୍ତା ପୁଲିସ ତାଙ୍କୁ କାହିଁକି ନେଲା ବୋଲି ପ୍ରଶ୍ନ କରିଛନ୍ତି । ମୁଁ ଯେଉଁ ଅଭିଯୋଗ କରୁଛି ପ୍ରମାଣ ଆଧାରରେ କହୁଛି ବୋଲି ଅର୍ଚ୍ଚନା କହିଛନ୍ତି । ସେହିଭଳି ତାଙ୍କୁ ଜେଲରେ ନିର୍ଯାତନା ଦିଆଯାଉଥିଲା, ତାଙ୍କୁ ରାଜ୍ୟ ଛାଡି ଚାଲିଯିବାକୁ ଚାପ ପକାଯାଉଥିଲା, ଏପରିକି ପାଗଳି କରିବାକୁ କୁହାଯାଉଥିଲା ।
ତେବେ ଏନେଇ ବିଜେଡି ନେତା କିମ୍ବା ପୁଲିସ ଅଧିକାରୀଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ ।

- Advertisement -

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories