www.samajalive.in
Monday, December 8, 2025
13.1 C
Bhubaneswar

ପୂର୍ବ ଶତୃତାକୁ ନେଇ ଗଣ୍ଡଗୋଳ : ଦାଦାର ମରଣାନ୍ତକ ଆକ୍ରମଣରେ ପୁତୁରା ଗୁରୁତର

ଆରଡି :  ଭଦ୍ରକ ଜିଲା ଆରଡି ଫାଣ୍ଡି ଅଧିନସ୍ଥ ଆରଡି ଗୁଡିଆସାହିର ପରମାନନ୍ଦ ସାହୁ ଓ ପୁରନ୍ଦର ସାହୁ ୨ଭାଇଙ୍କ ମଧ୍ୟରେ ପୂର୍ବ ଶତୃତାକୁ ନେଇ ଗତ ତିନି ଦିନ ତଳେ ପ୍ରଥମେ ବଚସା ଓ ତାପରେ ମାଡପିଟି ଲାଗିଥିଲେ । ପୁରନ୍ଦର ସାହୁ ଓ ତାଙ୍କର ୨ପୁଅ ହଠାତ ଉତ୍ୟକ୍ତ ହୋଇ ପରମାନନ୍ଦ ସାହୁଙ୍କର ପୁଅ ରାମ ସାହୁକୁ ମରାଣାନ୍ତକ ଆକ୍ରମଣ କରିବା ସହ ଗୁପ୍ତାଙ୍ଗକୁ କାମୁଡି ଦେଇଥିଲେ । ରାମ ସାହୁ ଚେତାଶୂନ୍ୟ ହୋଇପଡିବା ସହ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକ ପ୍ରଥମେ ଆରଡି ମେଡିକାଲ ନେଇଥିଲେ ମଧ୍ୟ ଅଧିକ ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ୩ଦିନ ଚିକିତ୍ସା ହେବା ପରେ କୌଣସି ଉନ୍ନତି ନହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ପରିବାରର ଅର୍ଥ ଅଭାବରୁ ଏବେ ଘରେ ପଡି ରହିଛି ଆହାତ ରାମ ସାହୁ।

- Advertisement -

ଅନ୍ୟପଟେ ଏହି ଘଟଣା ନେଇ ଆରଡି ଫାଣ୍ଡିରେ ଦୀର୍ଘ ୪ଦିନ ହେବ ପରିବାରଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ୨ଟି ମାମଲା ରୁଜୁ କରିବା ସହ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଏପଟେ ଆକ୍ରମଣର ଶିକାର ହୋଇଥିବା ରାମ ସାହୁର ପରିବାର ଦୋଷୀଙ୍କୁ ଗିରଫ ଦାବିରେ ଫାଣ୍ଡି ଆଗରେ ଗୁରୁବାର ଦିନତମାମ ବସି ରହିଥିଲେ । ଏପରିକି ରାମ ସାହୁର ପତ୍ନିଙ୍କ କହିବା ଅନୁଯାୟୀ ପୁଲିସର ଟାଳଟୁଳ ନୀତି ଯୋଗୁ ଆମକୁ ଠିକ ନ୍ୟାୟ ମିଳିପାରୁ ନାହିଁ । ଏପରିକି ମୋର ସ୍ବାମୀ ମରଣ ସହ ଲଢୁଥିଲେ ମଧ୍ୟ ପୁଲିସ ଆମ ଉପରେ ମଧ୍ୟ ମାମଲା ରୁଜୁ କରିଛି । ଏପରି ଘଟଣା ସର୍ମ୍ପକରେ ଆରଡି ଫାଣ୍ଡି ଅଧିକାରୀ ଏ. ଏସ ସୋରେନଙ୍କୁ ପଚାରିବାରୁ ୨ଟି ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି । ତାହାସହ ଦୋଷୀଙ୍କୁ ଫାଣ୍ଡିରେ ଅଟକ ରଖାଯାଇ ହାଜର ହେବା ପାଇଁ ଜଣାଯାଇ ଦିଆଯାଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories