www.samajalive.in
Monday, December 8, 2025
27.1 C
Bhubaneswar

ଜଳିଗଲା ଭାଗ ଚାଷୀଙ୍କ ଭାଗ୍ୟ!

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ବୁଗୁବୁଗl ଗାଁ ଟିକ୍ରାପଡ଼ାରେ ଆଜି ଜଳିଯାଇଛି ଭାଗ ଚାଷୀ ସୁଦାମ ରଣାଙ୍କ ଚlରି ଏକର ଜମିର ଧାନ ଖରି। ଗ୍ରାମର ଶେଷ ମୁଣ୍ଡରେ ଥିବା ତାଙ୍କ ଖଳାରେ ଭାଗ ଜମିର କଟା ହୋଇଥିବା ସମସ୍ତ ଧାନକୁ ସେ ଖରି କରି ରଖିଥିଲେ। ଏବେ ରବି ଫସଲ ଆରମ୍ଭ ହୋଇଯାଇଥିଲେ ସୁଦ୍ଧା ସେ ଧାନ ମଡାଇ ପାରି ନଥିଲେ। କାରଣ ଖଳାର ଚାରିପଟେ ପାଣି ଜମୁ ଥିବାରୁ ସେ ପାଣି ଶୁଖିଲା ପରେ ତାକୁ ମଡାଇବେ ବୋଲି ଆଶା ବାନ୍ଧି ଜରିପାଲ ଢାଙ୍କି ଘୋଡାଇ ସୁରକ୍ଷିତ କରି ରଖିଥିଲେ। କିନ୍ତୁ ଆଜି ସକାଳ ପ୍ରାୟ ଆଠଟା ସମୟରେ ଲୋକେ ଉକ୍ତ ଧାନ ଖରିରେ ନିଆଁ ଜଳୁଥିବାର ଦେଖିଥିଲେ। ନିଆଁର ପ୍ରକୋପ ଏତେ ବେଶୀ ଥିଲା ସାଧାରଣ ଉପାୟରେ ନିଆଁକୁ ଆୟତ୍ତ କରାଯାଇ ପାରିନଥିଲା। ତେଣୁ ସେମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗର ନିଶୁଳ୍କ ନଂ ୧୧୨କୁ ଫୋନ କରିଥିଲେ।

 

- Advertisement -

ଏହା ପରେ ସେମାନେ ସୁଦାମ ରଣାକୁ ଖବର ଦେଇଥିଲେ। ଅତାବିରା ଅଗ୍ନିଶମ ବାହିନୀ ଅଧିକାରୀ ରବିନାରାୟଣ ସାହୁଙ୍କ ନିର୍ଦେଶରେ ହାବିଲଦାର ମେଥେଡିଉସ ମାଘି, ଫାୟର ମେନ୍ ରଞ୍ଜିତ ନାଏକ, ରଞ୍ଜନ କୁଲୁ, ପୁରୁଷୋତ୍ତମ ସାହୁ ଓ କୃଷ୍ଣ ଝାଙ୍କର ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଧାନ ଖରିରୁ ସମସ୍ତ ଧାନପୋଡ଼ି ନଷ୍ଟ ହୋଇଯାଇଥିଲା। ଚାଷ ପାଇଁ ନିଜର ସମସ୍ତ ଅର୍ଥ ଓ ପରିଶ୍ରମ ବ୍ୟୟ କରିଥିବା ସୁଦାମ ଏବେ ହତାଶ ହୋଇ ପଡିଛନ୍ତି। ଅନ୍ୟ ପକ୍ଷରେ ସେ ଜଣେ ଭାଗ ଚାଷୀ। ଚାଷ କରିଥିବା ଜମିର କର କିପରି ସେ ଜମିମାଲିକଙ୍କୁ ଦେବେ, କିପରି ଋଣ ଶୁଝିବେ ଓ ପରିବାରର ଭରଣ ପୋଷଣ କରିବେ ଏ ନେଇ ସେ ଚିନ୍ତାରେ ପଡିଯାଇଛନ୍ତି। ଚଳିତ ଖରିଫ ଋତୁରେ ଏହି ଚାରି ଏକର ଜମିରେ ସେ ୫୦,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ। ଜିଲା ପ୍ରଶାସନ ତଥା ରାଜସ୍ବ ବିଭାଗ ଓ କୃଷି ବିଭାଗ ପକ୍ଷରୁ ଏହି ଭାଗ ଚାଷୀଙ୍କ କ୍ଷୟକ୍ଷତିକୁ ଆକଳନ କରି କ୍ଷତି ପୂରଣ ଦେବା ପାଇଁ ଚାଷୀ ମହଲରେ ଦାବି ହେଉଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories