www.samajalive.in
Thursday, December 11, 2025
16.1 C
Bhubaneswar

ଅଦିନିଆ ବର୍ଷା, ଚିନ୍ତାରେ ଚାଷୀ

ବାଙ୍କୀ: ବାଙ୍କୀ ଉପଖଣ୍ଡର ବିଭିନ୍ନ ଗ୍ରାମ ବିଶେଷ କରି ପରିବା ଚାଷ ପାଇଁ ଜଣାଶୁଣା। ନଈକୂଳିଆ ଗ୍ରାମରେ ବ୍ୟାପକ ପରିବା ଚାଷ ହେଉଥିଲା ବେଳେ ପଶ୍ଚିମବାଙ୍କୀ ଏବଂ ଦକ୍ଷିଣ ବାଙ୍କୀରେ ମଧ୍ୟ ପରିବା ଚାଷ କରି ଚାଷୀ ବେଶ୍ ଲାଭବାନ ହୋଇଥାନ୍ତି। ବାଙ୍କୀରୁ ଶୀତକାଳିନ ବଳକା ପରିବା କଟକ, ଭୂବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଏବଂ ବ୍ରହ୍ମପୁର ସହରକୁ ବ୍ୟବସାୟୀମାନେ ଚାଷୀଙ୍କ ଠାରୁ କିଣି ପଡୋଶୀ ଅଞ୍ଚଳର ଆବଶ୍ୟକ ପରିବା ମେଣ୍ଟାଇଥାନ୍ତି। ମାତ୍ର ଚଳିତ ବର୍ଷ ବନ୍ୟା ପରଠାରୁ ବାତ୍ୟା, ଲଘୁଚାପ ବର୍ଷାରେ ଫସଲ ହାନୀ ଘଟି ଚାଷୀର ମେରୁଦଣ୍ଡ ଭାଙ୍ଗି ଆର୍ଥିକ ସଂକଟରେ ପଡିଛି। ଏ ଅଂଚଳର ଚାଷୀ କ୍ଷତି ସହିବା ସହ ଶୀତ ଦିନିଆ ପରିବା ଚାଷରେ ଖରିଫ ଓ ଡାଲି ଜାତୀୟ ଫସଲର କ୍ଷତି ଭରଣା କରିବାକୁ ଧାର କରଜ କରି କୋବି, ବାଇଗଣ, ଟମାଟୋ, ଭେଣ୍ଡି, ଝୁଡଙ୍ଗ, ଗାଜର, ଆଳୁ ଆଦି ପନିପରିବା ଲଗାଇଥିଲା। ଶିମିଳିପୁର, କରବର, ମକୁନ୍ଦପୁର, ଚାରିଘରିଆ, ରାମଚନ୍ଦ୍ରପୁର, ବିଲିପଡା, ଦୋଲଣାପୁର, ନୂଆଗାଁ, କୁଶପଙ୍ଗୀ, ଚକୁଳେଶ୍ୱର, ଚାରିଘେରିଆ ଆଦି ବହୁ ଗ୍ରାମରେ ୨ ଦିନର ଅଦିନିଆ ବର୍ଷା କ୍ଷତି ପହଞ୍ଚାଇଛି। କୋବି କାଟି ବଜାରରେ ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ଚାଷୀ ବର୍ଷା ପ୍ରଭାବରେ ଫସଲର ହାନୀ ସହିଛି। ୨ ଦିନର ବର୍ଷା କମିଲା ପରେ ଫସଲକୁ ଚାଷୀ ଅମଳ ପାଇଁ ଯିବା କଷ୍ଟ ହୋଇଛି।

 

- Advertisement -

ସେପଟେ ଫୁଲକୋବି, ବନ୍ଧାକୋବି ବର୍ଷା ପ୍ରଭାବରେ ପ୍ରଭାବିତ ହୋଇ ଗ୍ରାହକ କିଣିବା ପାଇଁ ବିମୁଖ ହେବାରୁ କରଜ ସୁଝା ଚିନ୍ତାରେ ଚାଷୀ ମୁଣ୍ଡରେ ଚଡକ ପଡିଛି। ପୂର୍ବରୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତି ସହି ସରକାରୀ କ୍ଷୟକ୍ଷତି ପାଇନଥିବା ଚାଷୀ ଏବେ ୨ ଦିନର ବର୍ଷା ପ୍ରଭାବରେ ଚିନ୍ତାରେ ପଡିଛି। ସେହିପରି ବିଳମ୍ବରେ ପରିବା ଚାଷ ଆରମ୍ଭ କରିଥିବା ଚାଷୀ ଆଗାମୀ ଫସଲ ଉତ୍ପାଦନ ପାଇଁ ବର୍ଷା ବାଧକ ସାଜିଛି। କେଉଁଠି ମାଟିରେ ଗଛ ପୋତି ହୋଇଯାଇଛି ତ କେଉଁଠି କ୍ଷେତରେ ପାଣି। ଅମଳ ଅପେକ୍ଷାରେ ଥିବା ଆଳୁ ଓ ଚିନାବାଦାମ ଫସଲ ମାଟିତଳେ ଗଜା ହେବା ଆଶଙ୍କାରେ ଚାଷୀ। କୃଷି ଓ ଉଦ୍ୟାନକୃଷି ବିଭାଗ ଫସଲର କ୍ଷୟକ୍ଷତି ଆକଳନ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।
ସୂଚନା ଅନୁଯାଇ ବାଙ୍କୀ ଓ ଡମପଡା ବ୍ଲକରେ ମୋଟ ପ୍ରାୟ ୭୩୧୫ ହେକ୍ଟର ଚାଷ ଜମିରେ ଶୀତ ଦିନିଆ ପନିପରିବା ଫସଲ ଲଗାଯାଇଥିବା ଜଣାପଡିଛି। ଆଗକୁ ୨ ଦିନର ବର୍ଷା ହେବାର ସମ୍ଭାବନା ନେଇ ସ୍ଥାନୀୟ ଚାଷୀ କୈାଣସି ପ୍ରକାରେ କୋବି କାଟି ବଜାରରେ ବିକ୍ରି କରିବା ପାଇଁ ତତ୍ପର ହେଉଥିଲା ବେଳେ ପାଗ ଦେଖି ସ୍ଥାନୀୟ ବ୍ୟବସାୟୀ ଆସୁ ନଥିବାରୁ ପୁଣି ଚାଷୀର ଚିନ୍ତା ବଢିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories