ଆରଡି: ଭଦ୍ରକ ଜିଲା ଆଖଣ୍ଡଳମଣି ପୀଠର ଆରଡି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ମଚାରୀଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡ଼ିକାଲ୍ କର୍ତ୍ତୃପକ୍ଷ ୪୮ ଘଣ୍ଟା ପାଇଁ ଆରଡି ସ୍ବାସ୍ଥ୍ୟକେନ୍ଦ୍ର ସଟଡାଉନ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ ଗତକାଲି ନୂତନ ଭାବେ ନିଯୁକ୍ତି ପାଇଥିବା ଯୋଗ ଡାକ୍ତରଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଫଳରେ ମେଡିକାଲର କାର୍ଯ୍ୟରତ ଡାକ୍ତର ଟି. ମହାନ୍ତି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରର ଇନ୍ଚାର୍ଯଙ୍କୁ ଖବର ଦେଇଥିଲେ। ଏହାପରେ ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଆରଡି ସ୍ବାସ୍ଥ୍ୟକେନ୍ଦ୍ରକୁ ସଟଡାଉନ ଘୋଷଣା କରାଯାଇଥିଲା। ଏହାସହ ଆରଡ଼ି ସ୍ବାସ୍ଥ୍ୟକେନ୍ଦ୍ରକୁ କୌଣସି ରୋଗୀ ନଆସିବା ପାଇଁ ପରାମର୍ଶ ଦିଆଯାଇଛି।
ଆରଡି ସ୍ବାସ୍ଥ୍ୟକେନ୍ଦ୍ର ୪୮ଘଣ୍ଟା ପାଇଁ ସଟଡାଉନ
Popular Categories



