ସଟଡାଉନ ଯୋଗୁ ସମଗ୍ର ଆରଡିପୀଠ ନିସ୍ତବ୍ଧ
ଆରଡି : କରୋନା ମହାମାରୀ ଯୋଗୁ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ବ ହେବ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବାରୁ ଦୀର୍ଘ ୧ ମାସ ହେବ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବା ବେଳେ ସ୍ଥଳପଥ ଓ ଜଳପଥର ଯାତାୟତ ଉପରେ କଟକଣା ଜାରି କରିଥିଲା ପ୍ରଶାସନ। ମହାମାରି କରୋନାରେ ଗତକିଛି ଦିନ ହେବ ଭଦ୍ରକ ଜିଲାର ଆକ୍ରାନ୍ତ ସଂଖ୍ୟା ବଢିବା ଦ୍ୱାରା ଦିନକୁ ଦିନ ପରିସ୍ଥିତି ଜଟିଳ ରୂପ ନେଉଛି। ଯାହାକୁ ନେଇ ଗୁରୁବାର ରାତ୍ର ୧୦ଟାରୁ ୬୦ଘଣ୍ଟା ପାଇଁ ପଡୋଶୀ ବାଲେଶ୍ୱର ଓ ଯାଜପୁର ସମେତ ଭଦ୍ରକ ଜିଲାରେ ସଟଡାଉନ ଜାରି କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମ ଜନଶୂନ୍ୟ ହୋଇ ପଡିବା ସହିତ ନିସ୍ତବ୍ଧ ହୋଇଯାଇଥିଲା। ଏପରିକି ଚାନ୍ଦବାଲି ଅତିରିକ୍ତ ତହସିଲିଦାର ଓ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଆରଡିପୀଠ ସମେତ ଆଖପାଖି ଅଞ୍ଚଳର ପ୍ରବେଶ ପଥକୁ ସିଲ କରିବା ସହିତ ପୀଠକୁ ସଂଯୋଗ କରୁଥିବା ସ୍ଥଳପଥ ଓ ଜଳପଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।
Comments are closed.