www.samajalive.in
Sunday, December 14, 2025
26.1 C
Bhubaneswar

୭ଦିନ ପରେ ଜାଗରଯାତ୍ରା, ଅବ୍ୟବସ୍ଥା ଘେରରେ ବାବାମଣିଙ୍କ ପୀଠ

ଆରଡି : ଆଉ ମାତ୍ର ୭ ଦିନ ପରେ ଜାଗରଯାତ୍ରା। ଜାଗରଯାତ୍ରା ପାଇଁ ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କର ପୀଠକୁ ଆଗମନ ହେବ। କିନ୍ତୁ ବର୍ତ୍ତମାନ ଯାଏ ଭକ୍ତମାନଙ୍କ ସୁବିଧା ନିମନ୍ତେ ପାଇଖାନା, ପରିସ୍ରାଗାର, ପାନୀୟଜଳ , ଆଲୋକ ଆଦି ବ୍ୟବସ୍ଥା ଏପର୍ଯ୍ୟନ୍ତ ଠିକ ହୋଇ ପାରିନାହିଁ। ଅନ୍ୟପଟେ ଯାତ୍ରା ଆଉମାତ୍ର ୭ଦିନ ବାକି ରହିଥିବାରୁ ଜୈନିକ ଭକ୍ତ ଶତୃଘନ ସାହୁଙ୍କ ପକ୍ଷରୁ ମୁଖ୍ୟ ମନ୍ଦିର ଓ ପାର୍ଶ୍ବ ମନ୍ଦିରରେ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ତାହାସହ ମନ୍ଦିର ପ୍ରଶାସନ ପକ୍ଷରୁ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବେଢାର ପ୍ରାଚେରୀ, ପୁଷ୍କରିଣୀ ପ୍ରାଚେରୀ ଆଦି ସ୍ଥାନରେ ରଙ୍ଗ କାର୍ଯ୍ୟ ଅଧା ପଇଁତରା ଅବସ୍ଥାରେ ରହିଛି। ଏପରିକି ତରବରିଆ ଭାବେ ରଙ୍ଗ କାର୍ଯ୍ୟ ହେଉଥିବାରୁ ଠିକ ଭାବେ କାର୍ଯ୍ୟ ହେଉନଥିବା ସାଧାରଣରେ ପ୍ରକାଶ ପାଇଛି। ବିଶେଷକରି ପୀଠରେ ଥିବା ମୁଖ୍ୟ ଡ୍ରେନ ବର୍ଷବର୍ଷ ଧରି ସଫା ହେଉନଥିବାରୁ ମନ୍ଦିର ଦକ୍ଷିଣଦ୍ୱାର, ରୋଷଶାଳ ସାମ୍ନା, କୋଠଘର ସାମ୍ନା ଆଦି ସ୍ଥାନରେ ମାସମାସ ଧରି ନର୍ଦମା ପାଣି ଜମି ରହିଛି। ଯାହାଫଳରେ ମନ୍ଦିର ପରିସରରେ ଦୁର୍ଗନ୍ଧମୟ ସୃଷ୍ଟି ହେବା ସହ ଅସ୍ୱାସ୍ଥକର ପରିବେଷ ସୃଷ୍ଟି ହେଉଛି। ସେହିପରି ମନ୍ଦିର ବେଢା ଚର୍ତୁପାର୍ଶ୍ବ, ମୁଖ୍ୟବଜାର ରାସ୍ତା, ସାହିରାସ୍ତା ଓ ପୁଷ୍କରିଣି ଚତୁଃପାର୍ଶ୍ବରେ ବିଦ୍ୟୁତ ତାର ବିପଦଜନକ ଭାବେ ଓହଳି ରହିଥିବା ବେଳେ କେତକସ୍ଥାନରେ ବିଦ୍ୟୁତ ଖୁଣ୍ଟ ଅତି ବିପଦଜନକ ଭାବେ ରହିଛି। ଯାହାର ମରାମତିକାର୍ଯ୍ୟ ଏପର୍ଯ୍ୟନ୍ତ ହୋଇ ପାରିନାହିଁ। ଯଦି କୈାଣସି କାରଣରୁ ଏହି ସ୍ଥାନରେ କିଛି ବିପଦ ଦେଖା ଦିଏ ତାହାଲେ ବହୁ ଧନଜୀବନ ନଷ୍ଟ ହେବ ବୋଲି ସାଧାରଣରେ ପ୍ରକାଶ ପାଇଛି।

ସେହିପରି ପାନ୍ଥନିବାସ ଠାରୁ ମନ୍ଦିର ପ୍ରବେଶ ପଥ ପ୍ରର୍ଯ୍ୟନ୍ତ ଷ୍ଟ୍ରଟ ଲାଇଟ ଦୀର୍ଘମାସ ହେବ ଅଚଳ ହୋଇ ପଡିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ହୋଇନଥିବାରୁ ଅନ୍ଧାରରେ ଆଗନ୍ତୁକ ଭକ୍ତମାନେ ଯାତାୟତ କରୁଛନ୍ତି। ତାହାସହ ପୀଠରେ ଲାଗିଥିବା ହାଇମାଷ୍ଟ ଓ ମିନିମାସ୍କ ଲାଇଟ ବର୍ଷବର୍ଷ ଧରି ଅଚଳ ହୋଇ ପଡିଛି। ପୀଠରେ ସାମନ୍ୟ ପରିସ୍ରାଗାରଟିଏ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଗନ୍ତୁକ ଭକ୍ତମାନେ ପୁଷ୍କରିଣୀ ହୁଡାରେ ପରିସ୍ରା କରୁଛନ୍ତି। ପୀଠରେ ସ୍ଥାୟୀ ପରିସ୍ରାଗାର ନିର୍ମାଣ ପାଇଁ ପୂର୍ବରୁ ବହୁବାର ଯୋଜନା ହେଉଥିଲେ ମଧ୍ୟ ତାହା କେବଳ କାଗଜକଲମରେ ସୀମିତ ହୋଇ ରହିଯାଉଥିବା ମନ୍ଦିର ବରିଷ୍ଠ ସେବାୟତ ଗୋକୁଳାନନ୍ଦ ପାଢୀ, ସୁରେନ୍ଦ୍ର ପାଢୀ, ମନୋରଞନ ପାଢୀ ପ୍ରମୁଖ ପ୍ରକାଶ କରିଛନ୍ତି। ଯାତ୍ରାଦିନ ପାନୀୟଜଳ ଅବ୍ୟବସ୍ଥା ପ୍ରତିବର୍ଷ ଦେଖା ଦେଇଥାଏ, ହେଲେ ଗତକିଛିମାସ ହେବ ବିଭାଗ ପକ୍ଷରୁ କେତେକ ଅସ୍ଥାୟୀ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ନଦୀଘାଟ, ମନ୍ଦିର ପରିସର, ଅସ୍ଥାୟୀ ବସଷ୍ଟାଣ୍ଡରେ ପାନୀୟଜଳ ସମସ୍ୟା ଦେଖାଦେଇଥାଏ। ଏଣୁ ଏଥିପ୍ରତି ବିଭାଗୀୟ ଦୃଷ୍ଟି ଦେବା ସହିତ ମଣିବାବାଙ୍କ ଜାଗରଯାତ୍ରା ପୂର୍ବରୁ ସମାପନ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories