www.samajalive.in
Saturday, December 6, 2025
26.1 C
Bhubaneswar

ଇଡିରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ସମନ ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହାଜର ହେବାର ଥିଲା। ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ରେ ହାଜର ପାଇଁ ସମନ ହୋଇଥିଲା। ମାତ୍ର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌‌ ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌‌ ମାନଙ୍କ ସହିତ ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶକୁ ଯାଇ ସେଠାରେ ରୋଡ୍‌‌ସୋରେ ଯୋଗ ଦେବେ ବୋଲି କହିଛନ୍ତି। ଜେରା ପାଇଁ କେଜ୍ରିୱାଲଙ୍କୁ ଆଜି ପୂର୍ବାହ୍ନ ୧୧ଟା ବେଳେ ଇଡି କାର୍ଯ୍ୟାଳୟରେ ହାଜର ହେବାର ଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ଇଡିକୁ ଚିଠି ଜରିଆରେ କହିଛନ୍ତି, ମଦ ନୀତି ମାମଲାରେ ପଠାଇଥିବା ସମନ୍‌‌ ସେମାନେ ଫେରାଇ ନିଅନ୍ତୁ ।

ଏହି ମାମଲାରେ ପୂର୍ବରୁ ସିବିଆଇ କେଜ୍ରିୱାଲଙ୍କୁ ଜେରା କରିଥିଲା। ଅବକାରୀ ନୀତି ଅନିୟମିତତାକୁ ନେଇ ସିସୋଦିଆଙ୍କୁ ସିବିଆଇ ଓ ଇଡି ଗିରଫ କରିଥିବା ବେଳେ ଆପ ସାଂସଦ ସଞ୍ଜୟ ସିଂଙ୍କୁ ଇଡି ପୂର୍ବରୁ ଗିରଫ କରିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories