www.samajalive.in
Monday, December 8, 2025
14.1 C
Bhubaneswar

ମାଛ ଆକ୍ବାରିଅମ ଘରେ ରଖିବାର ଶୁଭଫଳ

ଘର ଏବଂ ଦୋକାନ ଓ ଅଫିସରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅଧିକାଂଶ ଲୋକ ଏବେ ମାଛ ଆକ୍ୱାରିଅମ୍ ରଖୁଛନ୍ତି। ଆଜିକାଲି ମାଛ ଆକ୍ୱାରିଅମର ପ୍ରଚଳନ ମଧ୍ୟ ବେଶ୍ ବଢ଼ିଗଲାଣି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏହି ଆକ୍ୱାରିଅମ୍‌ ସଠିକ୍‌ ସ୍ଥାନରେ ରଖିଲେ, ଏହା ଶୁଭ ଫଳ ମିଳିଥାଏ।

ଘରେ ମାଛ ଆକ୍ୱାରିଅମ୍ ରଖିଲେ, ପରିବାରର ସଦସ୍ୟଙ୍କ ଉପରକୁ ଆସିବାକୁ ଥିବା ବିପଦ ଟଳିଯାଏ। କିନ୍ତୁ ଘର ହେଉ ଅବା ଦୋକାନ କି ଅଫିସ୍‌ ଏହି ମାଛ ଆକ୍ୱାରିଅମ୍‌ କେଉଁଠି ରଖିବେ, ତାହା ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

- Advertisement -

ବାସ୍ତୁଶାସ୍ତ୍ର ଅନୁଯାୟୀ, ମାଛ ଆକ୍ୱାରିଅମକୁ ଘର କିମ୍ବା ଦୋକାନର ପୂର୍ବ, ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ରଖିବା ଶୁଭଦାୟକ ହୋଇଥାଏ।ଭୁଲ୍‌ରେ ବି କେବେ ଆକ୍ୱାରିଅମ୍‌କୁ ରୋଷେଇ ଘରର ଆଖପାଖରେ ରଖନ୍ତୁ ନାହିଁ। କାରଣ ଏହି ଜାଗାରେ ଆକ୍ୱାରିଅମ୍ ରଖିଲେ, ଘର ଉପରେ ନକାରାତ୍ମକ ଶକ୍ତିଙ୍କ ପ୍ରଭାବ ବଢ଼ିଥାଏ।

ଏହି ଆକ୍ୱାରିଅମ୍‌ ଦ୍ୱାରା ସକାରାତ୍ମକ ଶକ୍ତିର ପ୍ରଭାବ ବଢ଼ାଇବାକୁ ଚାହୁଁଥିଲେ, ସମୟ ସମୟରେ ଏହାର ପାଣିକୁ ବଦଳାଇ ଦିଅନ୍ତୁ।

ଆକ୍ୱାରିଅମରେ ସର୍ବଦା ମାଛର ସଂଖ୍ୟା ୯ ହେବା ଉଚିତ୍। ଏଥିମଧ୍ୟରୁ ୮ଟି ମାଛ ଲାଲ୍‌ ଓ ଗୋଟିଏ ମାଛ କଳା ରଙ୍ଗର ହେବା ଆବଶ୍ୟକ। ବାସ୍ତୁଶାସ୍ତ୍ର ଅନୁଯାୟୀ, କଳା ରଙ୍ଗର ମାଛ ରଖିବା ଦ୍ୱାରା ଘରର କୌଣସି ସଦସ୍ୟଙ୍କ ଉପରେ କାହାର ଖରାପ ନଜର ପଡ଼େନାହିଁ।

ପ୍ରାୟ ଅନେକ ସମୟରେ ଆକ୍ୱାରିଅମରେ ମାଛ ମରିଯାଆନ୍ତି। ଆକ୍ୱାରିଅମରେ ମଲା ମାଛ ଉପରେ ନଜର ପଡ଼ିବା ମାତ୍ରେ, ତାକୁ ବାହାର କରି ପୋଖରୀ କିମ୍ବା ନଦୀରେ ଭସାଇ ଦିଅନ୍ତୁ। ନଚେତ ଘରକୁ ଖରାପ ଶକ୍ତି ପ୍ରବେଶ କରିବାର ଆଶଙ୍କା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories