www.samajalive.in
Monday, December 8, 2025
27.1 C
Bhubaneswar

ଷ୍ଟାଚ୍ୟୁ ଅଫ୍‍ ୟୁନିଟି ପାଦ ତଳେ ରହୁ ସଂଗଠନ ନିଷିଦ୍ଧ ନିର୍ଦେଶନାମା: କଂଗ୍ରେସ

ନୂଆଦିଲ୍ଲୀ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‍୧୯୪୮ ମସିହାରେ ଏକ ସଂଗଠନକୁ ନିଷିଦ୍ଧ କରିଥିଲେ। ଉନ୍ମୋଚନ ହେବାକୁ ଥିବା ‘ଷ୍ଟାଚ୍ୟୁ ଅଫ୍‍ ୟୁନିଟି’ ପାଦ ତଳେ ସେହି ନିଷେଧାଦେଶ ସ୍ଥାନ ପାଉ ବୋଲି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି।
ପୁନେରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶର୍ମା କହିଥିଲେ ଯେ ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଆଭିମୁଖ୍ୟ ସେହି ସବୁ ସଂଗଠନ ବିଷୟରେ କଣ ଥିଲା ତାହା ଏଥିରୁ ଜଣାପଡ଼ିବ।
ସୂଚନାଯୋଗ୍ୟ, ମହାତ୍ମା ଗାନ୍ଧିଙ୍କ ହତ୍ୟା ପରେ ଆରଏସଏସ୍‍କୁ ନିଷିଦ୍ଧ କରିବା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‍ ଲିଖିତ ନିର୍ଦେଶନାମା ଜାରି କରିଥିଲେ। ତେଣୁ ଶ୍ରୀଶର୍ମାଙ୍କ ଆକ୍ଷେପ ଆରଏସ୍‍ଏସ୍‍ ପ୍ରତି ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଏଥିସହିତ ରାଫେଲ୍‍ ଚୁକ୍ତି, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ୍‍ଙ୍କୁ ଷ୍ଟ୍ରାଟେଜିକ୍‍ ପଲିସି ଗ୍ରୁପ୍‍ର ମୁଖ୍ୟ ଭାବେ ନିଯୁକ୍ତି, ‘ମି ଠୁ’ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଏମ ଜେ ଆକବରଙ୍କ ପ୍ରସଙ୍ଗରେ ମୋଦୀଙ୍କ ନିରବତାକୁ ନେଇ ମଧ୍ୟ ଶ୍ରୀ ଶର୍ମା ପ୍ର୍‍ଶ୍ନ ଉଠାଇଛନ୍ତି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories