www.samajalive.in
Sunday, December 7, 2025
23.1 C
Bhubaneswar

ଚାଇନା ଷ୍ଟୋର୍‌ରୁ ଆପଲ୍‌ ହଟାଇଲା ୨୯,୮୦୦ ଆପ୍‌

ନୂଆଦିଲ୍ଲୀ : ବିଶ୍ବର ପ୍ରତିଷ୍ଠିତ ସୂଚନା-ପ୍ରଯୁକ୍ତି ସଂସ୍ଥା ତଥା​ ସ୍ମାର୍ଟଫୋନ୍‌ ନିର୍ମାତା ‘ଆପଲ୍‌’ ଏହାର ଚାଇନା ଷ୍ଟୋରରୁ ଶନିବାର ୨୯ହଜାର ୮୦୦ ଆପ୍‌କୁ ହଟାଇ ଦେଇଛି। ସେଥିମଧ୍ୟରେ ୨୬ହଜାରରୁ ଅଧିକ ଗେମ୍ସ ବା ଅନ୍‌-ଲାଇନ୍‌ ଖେଳ ରହିଥିବା ପ୍ରକାଶ । ଗବେଷଣା ସଂସ୍ଥା ‘କ୍ବିମାଇ’ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଏଗୁଡ଼ିକ ଲାଇସେନ୍ସପ୍ରାପ୍ତ ନ ଥିଲା । ଏହି କାରଣରୁ ଚଳିତ ବର୍ଷ ପ୍ରାରମ୍ଭରେ ଆପଲ୍‌ କର୍ତ୍ତୃପକ୍ଷ ଏହି ଆପ୍‌ ପରିଚାଳକଙ୍କୁ ଚୀନ ସରକାରଙ୍କ ଦ୍ବାରା ପ୍ରଦତ୍ତ ଲାଇସେନ୍ସ ଦାଖଲ ପାଇଁ ନିର୍ଦେଶ ଦେଇଥି​‌ଲେ  । ଚୀନ୍‌ ସରକାର ସାମ୍ପ୍ରତିକ ପରିସ୍ଥିତିରେ ସମ୍ପୃକ୍ତ ଆପ୍‌ ପରିଚାଳକଙ୍କୁ ଲାଇସେନ୍ସ ପ୍ରଦାନ ନ କରିବାରେ ସେମାନେ ଆପଲ୍‌ ନିକଟରେ ଏହା ଦାଖଲ କରିବାରେ ଅକ୍ଷମ ହୋଇଥିଲେ। ଏହିକ୍ରମରେ ଜୁଲାଇ ପ୍ରଥମ ସପ୍ତାହରେ ଆପଲ୍‌ ଏହାର ଆପ୍‌ ଷ୍ଟୋର୍‌ରୁ ୨୫୦୦ ଟାଇଟଲ ହଟାଇ ଦେଇଥିଲା; ଫଳରେ ଜିଙ୍ଗା, ସୁରସେଲ୍‌ ଭଳି ବହୁ ଖେଳ ପ୍ରଭାବିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଚୀନ ସରକାର ଅନ୍‌-ଲାଇନ୍‌ କ୍ରୀଡ଼ା ଶିଳ୍ପ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ଏଥିରୁ ବିଭିନ୍ନ ସମ୍ବେଦନଶୀଳ ସୂଚୀ ହଟାଇବାକୁ ସରକାର ବହୁ ସଂସ୍ଥାଙ୍କୁ ନିର୍ଦେଶ ଦେଇଥିଲେ। ଏହାଦ୍ବାରା ଚୀନ୍‌ର ଅନ୍‌-ଲାଇନ୍‌ କ୍ରୀଡ଼ା ତଥା ଆପ୍‌ ଶିଳ୍ପ ବାଧାପ୍ରାପ୍ତ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories