www.samajalive.in
Wednesday, December 10, 2025
16.1 C
Bhubaneswar

ଦାଦାଗିରି ଦେଖାଇ ଅନୁପ୍ରବେଶ ; କୋଟିଆ ଗାଁରେ ଆନ୍ଧ୍ରର ଜନଶୁଣାଣି

ପଟାଙ୍ଗି : ଆନ୍ଧ୍ର ପ୍ରଦେଶ ପୁଣି ଦାଦାଗିରି ଦେଖାଇ ନୂଆ ପ୍ରୟାସ ଆରମ୍ଭ କରିଛି। କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସରକାରୀ ବିଭାଗ ପଦାଧିକାରୀ ବାରମ୍ବାର ଅନୁପ୍ରବେଶ କରୁଛନ୍ତି। ଆନ୍ଧ୍ର ସରକାରଙ୍କ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି। ଦାଦାଗିରି ଦେଖାଇ ନିୟମିତ ଉକ୍ତ ପଞ୍ଚାୟତକୁ ପୁଲିସ ପ୍ରଶାସନ ଗସ୍ତ କରି ଲୋକଙ୍କଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଦାବିପତ୍ର ଗ୍ରହଣ କରୁଛନ୍ତି। କୋଟିଆ ପଞ୍ଚାୟତ ପାଇଁ ଆନ୍ଧ୍ର ସରକାର ପକ୍ଷରୁ ନିଯୁକ୍ତି ପାଇଥିବା ସିଆଇ ରୋହିନ ପାଥି ନିଜ ପୁଲିସ କର୍ମଚାରୀଙ୍କୁ ନେଇ ନିୟମିତ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗସ୍ତ କରି ଜନଶୁଣାଣି ଆୟୋଜନ କରୁଛନ୍ତି। ଗଁାରେ କି ପ୍ରକାର ସମସ୍ୟା ରହିଛି। ଲିଖିତ ଭାବେ ଦରଖାସ୍ତ ପ୍ରଦାନ କଲେ ଉକ୍ତ ଦରଖାସ୍ତ ପତ୍ରକୁ ଆନ୍ଧ୍ର ସରକାରଙ୍କ ଉ​‌େ​‌ଦ୍ଦଶ୍ୟରେ ବିଜୟନଗରମ ଜିଲା ପ୍ରଶାସନକୁ ପ୍ରଦାନ କରି ତୁମମାନଙ୍କ ସମସ୍ୟା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୁଝାଉଛନ୍ତି। ଏହିପରି ଦୃଶ୍ୟ ପୁଣି କୋଟିଆ ପଞ୍ଚାୟତ ନେରିଡିବାଲସା ଗ୍ରାମରେ ରହିଥିବା ଆନ୍ଧ୍ର ଆଇଟିଡିଏ ସଭାଗୃହ ବାରଣ୍ଡାରେ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଆନ୍ଧ୍ର ପୁଲିସର ଏପରି କାର୍ଯ୍ୟକ୍ରମକୁ ଲୋକେ ସ୍ୱାଗତ ଜଣାଇ ଗ୍ରାମରେ ରହିଥିବା ପାନୀୟ ଜଳ, ରାସ୍ତାଘାଟ, ଆନ୍ଧ୍ରକୁ ଯାତାୟାତ ପାଇଁ ବସ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ପ୍ରମୁଖ ବିଷୟବସ୍ତୁ ଉପରେ ଲିଖିତ ଦାବିପତ୍ର ଦେଇ ସମସ୍ୟାର ସମାଧାନ ପାଇଁ ଗୁହାରି କରୁଛନ୍ତି। ଆନ୍ଧ୍ର ସରକାର ବର୍ତ୍ତମାନ ଓଡ଼ିଶାର କୋଟିଆ ପଞ୍ଚାୟତବାସୀଙ୍କୁ ନିଜ ଅଧୀନରେ ରଖିବାକୁ ନୂତନ ପ୍ରୟାସ ଆରମ୍ଭ କରିଛି। ପୁଲିସ ପ୍ରଶାସନ ମାଧ୍ୟମରେ ଗତ ୬ ତାରିଖଠାରୁ ସୀମାନ୍ତ ଗ୍ରାମରେ ଜନଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ କରି ଲୋକଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଦାବିପତ୍ର ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories