www.samajalive.in
Thursday, December 11, 2025
16.1 C
Bhubaneswar

ଲଘୁଚାପ ବର୍ଷା : ୩ ମୃତ, ଜଣେ ଗୁରୁତର

ଭୁବନେଶ୍ବର : ଲଘୁଚାପ ବର୍ଷା ଯୋଗୁଁ ଉପକୂଳ ଓଡ଼ିଶାର ୧୧ ଜିଲା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଦ୍ବାରା ବହୁ ଫସଲ ହାନି ହେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି। ସରକାରୀ ଭାବେ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ‌େ‌ହଁ ବାସ୍ତବ କ୍ଷେତ୍ରରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ବେସରକାରୀ ସୂତ୍ରରୁ ଜଣାଯାଇଛି। ସୋମବାର ସନ୍ଧ୍ୟାରେ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସଆରସି)ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲା ଅଧିକ ପ୍ରଭାବିତ ହୋଇଛି। ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ବେଣିପୁର ଗାଁର ନର୍ମଦା ସାହୁ(୬୨) ଏବଂ ଗରଦପୁର ବ୍ଲକ ବଡବେତାର ଗାଁର ଅଭୟ ମହାପାତ୍ର(୬୮)ଙ୍କର କାନ୍ଥ ପଡି ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲାର ଟାଙ୍ଗି ବ୍ଲକ ନୂଆଗଡ ପଞ୍ଚାୟତର ଖମ୍ବେଶ୍ବର ପାଟ୍ଟଶାଣୀ(୨୯) ନାଳରେ ଭାସି ଯାଇ ପ୍ରାଣ ହରାଇଛନ୍ତି। ଢେଙ୍କାନାଳ ଜିଲାର ଜଣେ ବ୍ୟକ୍ତି ଗୁରୁତ ଭାବେ ଆହତ ହୋଇଛନ୍ତି। ସେହିପରି କଟକ ଜିଲା ସାଲେପୁର ଅଞ୍ଚଳରେ କାନ୍ଥ ପଡି ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଉପକୂଳବର୍ତ୍ତୀ ଜଗତସିଂହପୁର, କେନ୍ଦ୍ରାପଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କଟକ, ଯାଜପୁର, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା ଏବଂ ଅନୁଗୋଳ ଜିଲାର ୫୩ ବ୍ଲକ କ୍ଷତିଗ୍ରସ୍ତ ହୋଇଛି। ଏସଆରସିଙ୍କ ବିବରଣୀ ତଥ୍ୟ କହୁଛି, ଜଗତସିଂହପୁର ଜିଲାର ୮ ବ୍ଲକର ୧୯୮ ପଞ୍ଚାୟତ, ୧୩୨୧ ଗାଁ, ୨ ପୌରାଞ୍ଚଳର ୧୧,୩୬,୯୭୧ ଲୋକ ପ୍ରଭାବିତ ହୋଇଛନ୍ତି। ୧୫୯୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଥିବାବେଳେ ୨୯ କେନ୍ଦ୍ରରେ ରନ୍ଧା ଖାଦ୍ୟ ଦିଆଯାଇଛି। ଜିଲାର ୫୩୦୪୨.୯ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ୭୫ ଘର ଭାଙ୍ଗିଥିବା ବେଳେ ୭ ରାସ୍ତା ପାଣି ସୁଅରେ ଧୋଇ ହୋଇ ଯାଇଛି। କେନ୍ଦ୍ରାପଡା ଜିଲାର ୫ ବ୍ଲକ, ୮୧୧ ଗାଁ, ୨ ପୌରାଞ୍ଚଳର ୭୭୯୨୪୧ ଲୋକ ବର୍ଷା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଜିଲାର ତଳିଆ ଅଞ୍ଚଳରୁ ୫୩୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଥିବାବେଳେ ୧୪ କେନ୍ଦ୍ରରେ ରନ୍ଧାଖାଦ୍ୟ ଦିଆଯାଇଛି। ୧୭ ଘର ଭାଙ୍ଗିଛି ଏବଂ ୬ ରାସ୍ତା ପାଣିରେ ଧୋଇ ହୋଇଯାଇଛି। କଳାହାଣ୍ଡି ଜିଲାର ୨ ବ୍ଲକ, ୩ ଗାଁର ୪୪ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୧୧ ଘର ବର୍ଷାରେ ଭାଙ୍ଗିଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ପଲିଥିନ୍ ଯୋଗାଇ ଦିଆଯାଇଛି। କନ୍ଧମାଳ ଜିଲାର ୩ ବ୍ଲକ, ୨୦ ଗାଁ, ୧ ପୌରାଞ୍ଚଳର ୫୦୦୦ ଲୋକ ପ୍ରଭାବିତ ହୋଇଥିବା ବେଳେ ୭ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୧୫ ଘର ଭାଙ୍ଗିବା ସହ ୫ ରାସ୍ତା ଧୋଇ ଯାଇଛି। କୋରାପୁଟ ଜିଲାର ୫ ବ୍ଲକ, ୨୦ ଗାଁର ୧୨୫ ଲୋକ ପ୍ରଭାବିତ ହୋଇଛନ୍ତି। ୨୫ ଘର ବର୍ଷାରେ ଭାଙ୍ଗି ଯାଇଛି। କଟକ ଜିଲାର ୨ ବ୍ଲକ, ୨ ଗାଁ, ୨ ପୌରାଞ୍ଚଳର ୨୫୫୬ ଲୋକ ପ୍ରଭାବିତ ହୋଇଛନ୍ତି। ୧୦୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଥିବାବେଳେ ନିଆଳି ଓ କଟକ ସଦର ଅଞ୍ଚଳ କ୍ଷତିଗ୍ରସ୍ତଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି।
ଯାଜପୁର ଜିଲାର ୮ ବ୍ଲକ, ୫୧୫ ଗାଁର ୮୦୦୦ ଲୋକ ପ୍ରଭାବିତ ହୋଇଥିବା ବେଳେ ୨ ଅଗ୍ନିଶମ ବାହିନକୁ ନିୟୋଜିତ କରାଯାଇଛି। ୭ ଘର ଭାଙ୍ଗିଥିବା ବେଳେ ୩୭୮୧୩ ହେକ୍ଟର ଚାଷ ଜମିରେ ପାଣି ମାଡି ଯାଇଛି। ଚିକିତ୍ସା ନିମନ୍ତେ ୧୨ ସ୍ବାସ୍ଥ୍ୟ ଦଳକୁ ନିୟୋଜିତ ହୋଇଛନ୍ତି। ପୁରୀ ଜିଲାର ୪ ବ୍ଲକ, ୫୨ ଗାଁ ଓ ପୁରୀ, ପିପିଲି, ନିମାପଡା, କୋଣାର୍କ ବିଜ୍ଞପିତ ଅଞ୍ଚଳ ପରିଷଦର ୧୫୪୩୪ ଲୋକ ପ୍ରଭାବିତ ହୋଇଛନ୍ତି। ୧୦ କେନ୍ଦ୍ରରେ ୧୫୮୪ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୭ ପ୍ରାଣୀ ଚିକିିତ୍ସା ଦଳ ନିୟୋଜିତ ହୋଇଛନ୍ତି। ଢେଙ୍କାନାଳ ଜିଲାର ୩ ବ୍ଲକ, ୯ ଗାଁ ଓ ଭୁବନ ପୌରାଞ୍ଚଳର ୩ ଘର ସମ୍ପୂର୍ଣ୍ଣ; ଭାବେ ଭାଙ୍ଗିଥିବା ବେଳେ ୮ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଖୋର୍ଦ୍ଧା ଜିଲାର ୧୦ ବ୍ଲକ, ୧୮ ପଞ୍ଚାୟତ, ୩୨ ଗାଁ ୨ ପୌରାଞ୍ଚଳ, ୪୧ ୱାର୍ଡର ୧୨୫୭ ଲୋକ ବର୍ଷାରେ ପ୍ରଭାବିତ ହୋଇଛନ୍ତି। ୯୮ ଘର ଭାଙ୍ଗି ଯାଇଛି। ଅନୁଗୋଳ ଜିଲାର ୩ ବ୍ଲକ, ୪ ଗାଁର ୧୯ ଜଣ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି। ୬ ଘର ଭାଙ୍ଗି ପଡିଛି। କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲା ଅସ୍ତରଙ୍ଗରେ ସବୁଠୁ ଅଧିକ ବର୍ଷା ୫୩୦ ମିମି ଓ କାକଟପୁରରେ ୫୨୫ମିମି ରେକର୍ଡ କରାଯାଇଛି। ଜଗତସଂିହପୁର ଜିଲାର ବାଲିକୁଦା ବ୍ଲକରେ ୪୪୦ ମିମି ବର୍ଷା ହୋଇଛି। ୮ ବ୍ଲକରେ ୩୦୦ରୁ ୪୦୦ ମିମି ମଧ୍ୟରେ ବର୍ଷା ହୋଇଥିବା ବେଳେ ୧୭ ବ୍ଲକରେ ୨୦୦ରୁ ୩୦୦ମିମି ବର୍ଷା ରେକର୍ଡ କରାଯାଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories