www.samajalive.in
Friday, December 12, 2025
14.1 C
Bhubaneswar

ଆଉ କେତେ ସ୍ୱାଧୀନତା ଆବଶ୍ୟକ: ଅନୁପମ୍‍ ଖେର

ନୂଆଦିଲ୍ଲୀ: ଭିଡ଼ ହିଂସା ସଂକ୍ରାନ୍ତରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦକୁ ଆସିଯାଇଛନ୍ତି ନାସିରୁଦ୍ଦିନ ଶାହା। ଏହି ପ୍ରସଙ୍ଗରେ ଅନ୍ୟତମ ବଲିଉଡ୍‍ କଳାକାର ଅନୁପମ୍‍ ଖେର ନାସିରୁଦ୍ଦିନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ‘ଆଉ କେତେ ସ୍ୱାଧୀନତା ଆବଶ୍ୟକ’ ବୋଲି ନାସିରୁଦ୍ଦିନଙ୍କୁ ଅନୁପମ୍‍ ପ୍ରଶ୍ନ କରିଛନ୍ତି।
ଅନୁପମ୍‍ କହିଛନ୍ତି ଯେ ଯେଉଁ ଦେଶରେ ବିନା ଭୟରେ ସେନାବାହିନୀକୁ ମିଛୁଆ ବୋଲି ଗାଳି ଦିଆଯାଇପାରେ, ସୈନିକଙ୍କ ଉପରକୁ ପଥର ଫିଙ୍ଗାଯାଇପାରେ ସେହି ଦେଶଠାରୁ ଆଉ କଣ ସ୍ୱାଧୀନତା ସୁବିଧା ଆବଶ୍ୟକ? ଏହି ଦୁଇ ଅଭିନେତାଙ୍କ ବିବାଦ ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ କାଶ୍ମୀରୀ ପଣ୍ଡିତ ପ୍ରସଙ୍ଗରେ ଦୁଇ ଅଭିନେତା ଆରୋପ-ପ୍ରତ୍ୟାରୋପ ଶୁଣିବାକୁ ମିଳିଥିଲା।
‘ଭାରତରେ ଗାଈ ତୁଳନାରେ ପୁଲିସ କର୍ମଚାରୀଙ୍କ ଜୀବନ ମୂଲ୍ୟହୀନ’ ବୋଲି ମନ୍ତବ୍ୟ ଦେବା ପରେ ନାସିରୁଦ୍ଦିନଙ୍କୁ ବିିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଯଦି ଭାରତ ଭଲ ନ ଲାଗୁଛି ତେବେ ଦେଶ ଛାଡ଼ି ଚାଲି ଯିବା ପାଇଁ ଦକ୍ଷିଣପନ୍ଥୀ ନେତାମାନେ ପରାମର୍ଶ ଦେଇଛନ୍ତି। ୧୯୯୯ରେ ରିଲିଜ୍‍ ହୋଇଥିବା ବଲିଉଡ୍‍ ଫିଲ୍ମ ‘ସରଫରୋସ୍‍’ରେ ନାସିରୁଦ୍ଦିନ ଜଣେ ପାକିସ୍ତାନୀ ଏଜେଣ୍ଟ ଭାବେ ଅଭିନୟ କରିଥିଲେ। କିନ୍ତୁ ସେ ବାସ୍ତବରେ ଜଣେ ପାକିସ୍ତାନୀ ଏଜେଣ୍ଟ ବୋଲି ବିଜେପି ନେତା ମହେନ୍ଦ୍ରନାଥ ପାଣ୍ଡେ କହିଥିବା ବେଳେ ନବନିର୍ମାଣ ସେନା ମୁଖ୍ୟ ଅମିତ ଜାନି ନାସିରୁଦ୍ଦିନଙ୍କ ନାମରେ କରାଚିକୁ ୱାନୱେ ଟିକେଟ୍‍ ବୁକ କରିଛନ୍ତି। ଅପରପକ୍ଷରେ କେନ୍ଦ୍ର ମନ୍ତ୍ରୀ ମୁଖତାର ଆବାସ ନକ୍‍ଭି କହିଛନ୍ତି ଯେ ନାସିରୁଦ୍ଦିନ ଭୟ କରିବାର ନାହିଁ। କାରଣ ଭାରତର ଡିଏନ୍‍ଏରେ ସହିଷ୍ଣୁତା ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories