ଅନୁଗୁଳ : ଅନୁଗୁଳ ଜିଲା କିଶୋରନଗର ଥାନା ରଣିଆକଟା ଗାଁରେ ଜଣେ ଯୁବକ ନଦୀରେ ଗାଧୋଉଥିବାବେଳେ ଅଳ୍ପକେ କୁମ୍ଭୀର ମୁହଁରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ରଣିଆକଟା ଗାଁର କନିଷ୍କ ଭୋଇ। ସୂଚନା ମୁତାବକ, କନିଷ୍କ ନଦୀରେ ଗାଧୋଉଥିବା ବେଳେ ହଠାତ ଏକ କୁମ୍ଭୀର ତାଙ୍କ ବାମ ଗୋଡ଼କୁ କାମୁଡ଼ି ଧରିଥିଲା । ପ୍ରାଣ ବିକଳରେ କନିଷ୍କ ଗୋଡ଼ ଛାଟି ଦେବାରୁ କୁମ୍ଭୀର ମୁହଁରୁ ଗୋଡ଼ ବାହାରି ଯିବା ସହ ସେ ଉପରକୁ ପଳାଇ ଆସିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରି କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କନିଷ୍କଙ୍କ ଗୋଡ଼ରେ ଗଭୀର କ୍ଷତ ହୋଇଥିବାବେଳେ ତାଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି ।
Popular Categories



