www.samajalive.in
Sunday, December 7, 2025
23.1 C
Bhubaneswar

ମୋଦୀଙ୍କୁ ମାନହାନୀ ନୋଟିସ ପଠାଇଲେ ମମତାଙ୍କ ପୁତୁରା; ୩୬ ଘଣ୍ଟା ମଧ୍ୟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଦାବି କଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାନହାନୀ ନୋଟିସ ପଠାଇଛନ୍ତି। ମୋଦୀ ତାଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରି ଅପମାନିତ କରିଥିବା ଅଭିଷେକ ଅଭିଯୋଗ କରି କୋର୍ଟ ନୋଟିସ ପଠାଇଛନ୍ତି।

ଗତ ବୁଧବାର ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବରରେ ମୋଦୀ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ଅଭିଷେକଙ୍କୁ କଡ଼ା ସମାଲୋଚନା କରିଥିଲେ। ମୋଦୀ ଟିଏମସିକୁ ଟାର୍ଗେଟ କରି କହିଥିଲେ, ବିଗତ ପାଞ୍ଚବର୍ଷ ଧରି ଡାଏମଣ୍ଡ ହାର୍ବର ବାସିନ୍ଦା ପିଉସୀ-ପୁତୁରାଙ୍କ ଷଡଯନ୍ତ୍ରରେ ଅତିଷ୍ଠ ହୋଇପଡିଲେଣି। ପୁତୁରା ଏଥର ନିର୍ବାଚନରେ ହାରିବେ। ଥରେ ଫଳାଫଳ ଘୋଷଣା ହୋଇଗଲେ ତାଙ୍କ କାର୍ଯ୍ୟାଳୟରେ ତାଲା ପଡ଼ିବ। କାର୍ଯ୍ୟାଳୟଟି ରାସ୍ତାକୁ ଜବରଦଖଲ କରାଯାଇ ବେଆଇନ ଭାବେ ତିଆରି ହୋଇଛି। ଏହା ଟିଏମସିର ପ୍ରଥା। ସେ ଏହାକୁ ବେଆଇନ ଭାବେ କରିନାହାନ୍ତି କି ବୋଲି ମୋଦୀ ପ୍ରଶ୍ନ କରିଥିଲେ।

- Advertisement -

ଏହାସହ ମୋଦୀ ମମତାଙ୍କୁ ଆକ୍ଷେପ କରି କହିଥିଲେ ଯେ, ଦିଦି ଆପଣଙ୍କ ପାର୍ଟି ବଳପୂର୍ବକ ଟିକସ ଆଦାୟ କରି ପ୍ରଚୁର ଧନସମ୍ପତ୍ତି ରଖିଛି। ଆପଣ ଆଇନକୁ କାହିଁକି ମାନୁନାହାନ୍ତି ? ଆପଣଙ୍କ ପୁତୁରା କାହିଁକି ରାସ୍ତାକୁ ଜବରଦଖଲ କରି ରଖିଛନ୍ତି ? ପ୍ରକୃତରେ ଲୁଟ୍‌ କରିବାର ପ୍ରକୃତି କେବେ ଯିବ ନାହିଁ ବୋଲି ମୋଦୀ କହିଥିଲେ।

ମୋଦୀ ଜାଣିଶୁଣି ମମତା ଏବଂ ତାଙ୍କ ପୁତୁରାଙ୍କୁ ଅପମାନିତ କରିବାକୁ ଏଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ମାନହାନୀ ନୋଟିସ ପଠାଯାଇଛି। ୩୬ ଘଣ୍ଟା ଭିତରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ ଅଭିଷେକ ଦାବି କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories