www.samajalive.in
Monday, December 8, 2025
24.1 C
Bhubaneswar

ଅନୁଗୋଳରେ ସହରୀ ଗ୍ୟାସ ବିତରଣ ପ୍ରକଳ୍ପର ଶୁଭାରମ୍ଭ

ଅନୁଗୋଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଗୁରୁବାର ସହରୀ ଗ୍ୟାସ ବିତରଣ ପ୍ରକଳ୍ପ (ସିଜିଡି)ର ଭତ୍ତିପ୍ରସ୍ତର ସ୍ଥାପନ ତଥା ଶୁଭାରମ୍ଭ କରିଛନ୍ତି। ଏଥିରେ ଭାରତର ୬୩ଟି ଭୌଗୋଳିକ କ୍ଷେତ୍ର ରହିଛି। ଏଥିରେ ଓଡିଶାର ୭ଟି କ୍ଷେତ୍ର ଅନ୍ତର୍ଭୁକ୍ତ।

୭ଟି କ୍ଷେତ୍ର ମଧ୍ୟରେ ଅନୁଗୋଳ ଜିଲ୍ଲା ମଧ୍ୟ ରହିଛି। ଦେଶବାସୀଙ୍କ ନିମନ୍ତେ ସୁବିଧା ଜନକ ଓ ପରିବେଶ ଅନୁକୂଳ ପ୍ରାକୃତିକ ଗ୍ୟାସର ଉପଲବ୍ଧିକୁ ସୁଗମ କରାଯିବା ଏହାର ମୂଳ ଲକ୍ଷ୍ୟ । ଅାଜି ଅନୁଗୋଳ ଷ୍ଟାଡିୟମ ଠାରେ ପ୍ରାୟ ୩ ଘଟିକା ସମୟରେ ପାଟନାଗଡ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦେଇ ସହରୀ ଗ୍ୟାସ ବିତରଣ ପ୍ରକଳ୍ପ (ସିଜିଡି)ର ଶୁଭାରମ୍ଭ କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ଭୌଗଳିକ କ୍ଷେତ୍ର ମଧ୍ୟରେ ରହିଥିବା ଗୃହ, ଉଦ୍ୟୋଗ, ବାଣିଜ୍ୟ ଅନୁଷ୍ଠାନ ଓ ସିଏନଜି ଷ୍ଟେସନକୁ ଗ୍ୟାସ ବିତରଣ କରିବା ନେଇ ପାଇପ ଲାଇନ ମାଧ୍ୟମରେ ଏକ ପାରସ୍ପରିକ ସଂଯୋଗ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ସହରୀ ଗ୍ୟାସ ବିତରଣ କ୍ଷେତ୍ରରେ ପ୍ରାକୃତିକ ଗ୍ୟାସ ବିଭିନ୍ନ ଖଣ୍ଡରେ ଯଥା ସଂକୁଚିତ ପ୍ରାକୃତିକ ଗ୍ୟାସ(ସିଏନଜି) ଅଟୋ ଇନ୍ଧନ ରୂପେ ବ୍ୟବହାର କରାଯାଉଛି। ପାଇପଡ୍‌ ନ୍ୟାଚୁରାଲ ଗ୍ୟାସ (ପିଏନଜି) ପାରିବାରିକ, ବାଣିଜ୍ୟକ ଓ ଔଦ୍ୟୋଗିକ କ୍ଷେତ୍ରରେ ଉପଯୋଗ କରାଯାଉଛି।

- Advertisement -

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ବିପିସିଏଲର ଡିଜିଏମ୍ ଡି.ଏସ ରାଣା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories