ବିଦ୍ୟାଳୟ ରାସ୍ତାର ଉନ୍ନତି ପାଇଁ ସାଂସଦ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ମଞ୍ଜୁର କଲେ ଅନୁଭବ ମହାନ୍ତି
ଭୁବନେଶ୍ବର : କେନ୍ଦ୍ରାପଡ଼ା ଲୋକସଭା ସାଂସଦ ତଥା ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ରାସ୍ତାକାମ ପାଇଁ ସାଂସଦ ପାଣ୍ଠିରୁ ପ୍ରଥମଥର ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣାପଡିଛି। ଏନେଇ ଅନୁଭବ ନିଜ ଟ୍ବିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।
ଅନୁଭବ ନିଜ ଟ୍ବିଟରରେ ଲେଖିଛନ୍ତି, ‘କେନ୍ଦ୍ରାପଡ଼ା ଜିଲାର ଡେରାବିଶର କଂସାରିପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାସ୍ତାର ଉନ୍ନତି ପାଇଁ ଏମ୍ପିଲାଡରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛି। ଏକ ବାସ୍ତବ କାମ ଓ ପ୍ରକଳ୍ପରୁ କାର୍ୟ୍ୟ ଆରମ୍ଭ କରିଥିବାରୁ ମୁଁ ବେଶ୍ ଆନନ୍ଦିତ। ସହାୟତା ପାଇଁ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଧନ୍ୟବାଦ”।
Comments are closed.