www.samajalive.in
Saturday, December 6, 2025
19.1 C
Bhubaneswar

ବର୍ଷା-ଅନୁଭବ ବିବାଦ ମାମଲା ; ଅନୁଭବଙ୍କ ଛାଡପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

କଟକ : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିବା ଛାଡପତ୍ର ମାମଲାକୁ କଟକକୁ ବଦଳି କରିବା ନେଇ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆବେଦନ କରିଥିଲେ। ଆଜି ଏହି ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ପଟିଆଲା ହାଉସକୋର୍ଟରେ ଥିବା ଛାଡପତ୍ର ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି। ଏହାସହ ଉଭୟ ପକ୍ଷଙ୍କ ମଧ୍ୟରେ କୋର୍ଟ ମଧ୍ୟସ୍ଥିଙ୍କ ଦ୍ୱାରା ପରସ୍ପର ମଧ୍ୟରେ ବୁଝାମଣା ପାଇଁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ୨ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ବୁଝାମଣା ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି।
ସୂଚନା ଯୋଗ୍ୟ, ଓଲିଉଡ଼ର ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ବୈବାହିକ ଜୀବନରେ ସୃଷ୍ଟି ହୋଇଥିବା ବିବାଦ ଏବେ କୋର୍ଟଙ୍କ ବିଚାରଧୀନ ରହିଛି। ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ପିଟିସନ ଦାଖଲ କରିଥିଲେ। ତେବେ ଏହାକୁ କଟକ ସ୍ଥାନାନ୍ତର ପାଇଁ ଆବେଦନ କରି ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପକ୍ଷରେ ତାଙ୍କ ମତ ନନେଇ ରାୟ ପ୍ରଦାନ ଉପରେ ଅନୁଭବ ବର୍ଷାଙ୍କ ପିଟିସନ ଉପରେ କ୍ୟାଭେଟ୍ ଫାଇଲ କରିଥିଲେ। ପୂର୍ବରୁ ବର୍ଷା ସୁପ୍ରିମ କୋର୍ଟ ଯିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଥିଲେ।​‌ ତେଣୁ ମାମଲା କଟକ ସ୍ଥାନାନ୍ତର ଲାଗି ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ପ୍ରସଙ୍ଗକୁ ନେଇ ଉଭୟ ବର୍ଷା ଓ ଅନୁଭବ ସୋସିଆଲ ମିଡ଼ିଆରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିଥିବା ଦେଖିବାକୁ ମିଳିଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories