www.samajalive.in
Saturday, December 6, 2025
16.1 C
Bhubaneswar

ଦେଶରେ କେବଳ ଦୁଇ ଜଣ ରାଜ୍ୟପାଳ ଅଛନ୍ତି, ଜଣେ ମହାରାଷ୍ଟ୍ରରେ ଆଉ ଜଣେ ପଶ୍ଚିମବଙ୍ଗରେ : ସଞ୍ଜୟ ରାଉତ

ମୁମ୍ବଇ : ଶିବସେନା ସାଂସଦ ସଞ୍ଜୟ ରାଉତ ପୁଣି ଥରେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି। ମହାରାଷ୍ଟ୍ରରେ ମନ୍ଦିର ନଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ମଧ୍ୟରେ ମତଭେଦ ରହିଛି। ମନ୍ଦିର ଖୋଲି ନ ଥିବାରୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ମହାରାଷ୍ଟ୍ରରେ ରାଜନୀତି ସରଗରଗ ହୋଇଥିଲା ।

ଏହି ଘଟଣାକୁ ନେଇ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତ ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି ।​‌ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କେବଳ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ରାଜ୍ୟପାଳ ଅଛନ୍ତି। ଅନ୍ୟ କେଉଁ ରାଜ୍ୟରେ ରାଜ୍ୟପାଳ ଥିବା ଭଳି ଜଣାପଡୁନି । କାରଣ ଅନ୍ୟକେଉଁ ରାଜ୍ୟର ରାଜ୍ୟପାଳ ମାନେ ରାଜ୍ୟ ସରକାରଙ୍କ ଶାସନବ୍ୟବସ୍ଥାରେ ଏପରି ହସ୍ତକ୍ଷେପ କରୁନାହାଁନ୍ତି ଯେପରି ଏହି ଦୁଇ ରାଜ୍ୟରେ ଦେଉଛି ।

- Advertisement -


ସଞ୍ଜୟ ରାଉତ କହିଛନ୍ତି ଯେ ରାଜ୍ୟପାଳ ଦେଉଛନ୍ତି କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କ ରାଜନୈତିକ ଏଜେଣ୍ଟ । ରାଜ୍ୟପାଳଙ୍କୁ ଏଇଥି ପାଇଁ ରାଜନୈତିକ ଏଜେଣ୍ଟ କୁହାଯାଉଛି କାରଣ ସେ ସମସ୍ତ ରାଜନୈତିକ କାର୍ଯ୍ୟ କରନ୍ତି । ସାରା ଦେଶ​‌ର ସମସ୍ତ ରାଜ୍ୟରେ ରାଜ୍ୟପାଳ ଅଛନ୍ତି କିନ୍ତୁ ସେମାନେ ରାଜ୍ୟସରକାରଙ୍କ କାର୍ଯ୍ୟରେ ଏପରି ହସ୍ତକ୍ଷେପ କରନ୍ତିନି ଯେପରି ମହାରାଷ୍ଟ ଓ ପଶ୍ଚିମବଙ୍ଗରେ ହେଉଛି । ଏହି ଦୁଇ ରାଜ୍ୟର ରାଜ୍ୟପାଳ ସର୍ବଦା ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରନ୍ତି । ରାଜ୍ୟ ସରକାରଙ୍କ କାର୍ଯ୍ୟ ଉପରେ ପଶ୍ନବାଚୀ ସୃଷ୍ଟି କରନ୍ତି ।

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଧର୍ମପୀଠ ଖୋଲିବାକୁ କେନ୍ଦ୍ରକରି ମହାରାଷ୍ଟ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହୋଇଛି। ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଏକ ଚିଠିରେ ଲେଖିଥିଲେ ଯେ ‘ଆପଣ ଜଣେ ନୈଷ୍ଠିକ ହିନ୍ଦୁ। ଆପଣ ଭଗବାନ ଶ୍ରୀରାମଙ୍କ ପ୍ରତି ନିଜର ଭକ୍ତି ସର୍ବସାଧାରଣରେ ପ୍ରଦର୍ଶନ କରନ୍ତି। ଏକାଦଶୀରେ ଆପଣ ବିଠଲ ରୁକ୍ମିଣୀ ମନ୍ଦିର ଦର୍ଶନ କରନ୍ତି। ଏପରିସ୍ଥଳରେ ଦୀର୍ଘ କାଳ ଧରି ବନ୍ଦ ରହିଥିବା ମନ୍ଦିର ଖୋଲିବାକୁ କେବେ କ’ଣ କିଛି ଐଶ୍ବରିକ ପ୍ରେରଣା ପାଇ ନାହାନ୍ତି ? ଆପଣ ମହାରାଷ୍ଟ୍ରରେ ବାର୍‌ ଓ ରେସ୍ତୋରାଁ ଖୋଲିବାକୁ ଅନୁମତି ଦେଇଛନ୍ତି; କିନ୍ତୁ ଧର୍ମପୀଠ ଖୋଲିବା ପ୍ରସ୍ତାବକୁ ବାରମ୍ବାର ଟାଳିଚାଲିଛନ୍ତି। ଦେବଦେବୀଙ୍କୁ ଆପଣଙ୍କ ସରକାର ଅଦ୍ୟାବଧି ତାଲାବନ୍ଦରେ ରଖିଛନ୍ତି। ଏଥିନେଇ ଆପଣଙ୍କ ଉଦାସୀନତା ମୋତେ ଆଶ୍ଚର୍ଯ୍ୟ କରୁଛି। ଆପଣ କେମିତି ହଠାତ୍‌ ଏତେ ଧର୍ମନିରପେକ୍ଷ ପାଲଟିଗଲେ ? ରାଜଧାନୀ ଦିଲ୍ଲୀରେ ଜୁନ୍‌ରୁ ମନ୍ଦିର ଓ ପୂଜାପୀଠ ଖୋଲିଥିଲେ ମଧ୍ୟ କରୋନା ବ୍ୟାପୀ ନାହିଁ; ତେଣୁ ଆପଣ ସମସ୍ତ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ଦେବା ପାଇଁ ମୁଁ ଅନୁରୋଧ କରୁଛି।’

ସାମାଜିକ ଗଣମାଧ୍ୟମରେ ରାଜ୍ୟପାଳଙ୍କର ଏହି ଚିଠି ଘୂରି ବୁଲିବା ପରେ ଏଥିନେଇ ଉଦ୍ଧବ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ ଏବଂ ରାଜ୍ୟପାଳଙ୍କ ଚିଠିର ଜବାବରେ ସେ ଲେଖିଥିଲେ  ଯେ ‘ଆପଣଙ୍କଠାରୁ ହିନ୍ଦୁତ୍ବ ବାବଦରେ କୌଣସି ପ୍ରମାଣପତ୍ର ମୋର ଆବଶ୍ୟକ ନାହିଁ’ । ‘ମୋର ହିନ୍ଦୁତ୍ବ ବାବଦରେ ଆପଣଙ୍କ ମତ ଠିକ୍‌; କିନ୍ତୁ ମୁମ୍ବଇକୁ ପିଓକେ କହୁଥିବା ବ୍ୟକ୍ତିଙ୍କ ସମର୍ଥକ ଭାବେ ଆପଣଙ୍କ ପ୍ରମାଣପତ୍ର ମୋର ଅନାବଶ୍ୟକ। କେବଳ ଧର୍ମାନୁଷ୍ଠାନ ଖୋଲିଦେଲେ ମୁଁ ହିନ୍ଦୁ ହୋଇଯିବି; ନଚେତ୍ ଧର୍ମନିରପେକ୍ଷ ହେବି ଏହା ଭୁଲ୍‌। ଧର୍ମନିରପେକ୍ଷତା ହେଉଛି ସମ୍ବିଧାନର ମୌଳିକତା; ଏହା ମୋତେ ଶିଖାଇବା ଦରକାର ନାହିଁ। ଐଶ୍ବରିକ ଅନୁଭୂତି ଆପଣ ପାଇଥିବେ; କିନ୍ତୁ ମୁଁ ସେତେ ମହାନ ନୁହେଁ। ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ଗଭୀର ଚିନ୍ତା କରୁଛନ୍ତି; ଆପଣଙ୍କ ଅନୁରୋଧକୁ ବିଚାର କରାଯିବ’ ବୋଲି ଉଦ୍ଧବ କହିଥିଲେ ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories