ମୁଖ୍ୟ ଶାସନସଚିବଙ୍କୁ ମାଡ଼ ମାମଲା : ବିଧାନସଭା ସମିତି ସମ୍ମୁଖରେ ହାଜର ହେବେ ଅଂଶୁ ପ୍ରକାଶ

0

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟ ଶାସନସଚିବ ଅଂଶୁ ପ୍ରକାଶଙ୍କୁ ମାଡ଼ ମାମଲାରେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ନିଜ ପୂର୍ବ ରାୟ କାଏମ ରଖିଛନ୍ତି। ଫଳରେ ଏହି ମାମଲାରେ ବିଧାନସଭା ସମିତି ସମ୍ମୁଖରେ ସେ ହାଜର ହେବା ନିଶ୍ଚିତ ହୋଇଛି। ଆପ୍‍ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବାସଭବନରେ ଏକ ଜରୁରୀ ବୈଠକ ବେଳେ ତାଙ୍କୁ ମାଡ଼ ମାରିଥିବା ପ୍ରକାଶ ଅଭିଯୋଗ କରିଥିଲେ। ଏ ନେଇ ବିଧାନସଭା ସମିତି ସମ୍ମୁଖରେ ହାଜର ହେବାକୁ ତାଙ୍କୁ ହାଇକୋର୍ଟ ଜୁଲାଇ ୧୩ରେ ନିର୍ଦେଶ ଦେଇଥିଲେ। ମାତ୍ର ହାଜର ହେବାରୁ ଦୂରେଇ ରହିବା ନିମନ୍ତେ ପ୍ରକାଶ ମଙ୍ଗଳବାର ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।

Leave A Reply