www.samajalive.in
Saturday, December 13, 2025
21.1 C
Bhubaneswar

କଳା ତାଲିକାଭୁକ୍ତ ହେଲା ପାକିସ୍ତାନ

ନୂଆଦିଲ୍ଲୀ: ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ଥରରେ ଆତଙ୍କବାଦକୁ ପ୍ରୋତ୍ସାହନ ପାଇଁ ଅର୍ଥ ଯୋଗାଣ ତଥା ଅର୍ଥ ଠକେଇ ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସର ଏସିଆ ପ୍ରଶାନ୍ତ ସମୂହ ପାକିସ୍ତାନକୁ କଲା ତାଲିକାଭୁକ୍ତ କରିଛି। ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଅର୍ଥ ଯୋଗାଣ ବନ୍ଦ କରିବାରେ ଅସଫଳ ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ ଧାରା ୩୭୦ ଉଛେଦ କରିବା ପରେ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସର ଏହି ପଦକ୍ଷେପ ପାକିସ୍ତାନକୁ ଝଟକା ଦେଇଛି।

ସୂଚନା ଅନୁଯାୟୀ, ସମ୍ପୃକ୍ତ ସଂସ୍ଥା ପାକିସ୍ତାନକୁ ସାରା ବିଶ୍ୱ ପାଇଁ ବିପଦ ବୋଲି ମୂଲ୍ୟାୟନ କରିବା ସହ ପାକିସ୍ତାନ ୪୦ଟି ସର୍ତ୍ତ ମଧ୍ୟରୁ ୩୨ଟି ସର୍ତ୍ତ ପାଳନ କରୁ ନଥିବା ଟାସ୍କ ଫୋର୍ସ ଆକଳନ କରିଛି। ୨୦୧୮ ଜୁନ ମାସରେ ଟାସ୍କ ଫୋର୍ସ ବୈଠକରେ ପାକିସ୍ତାନକୁ ଗ୍ରୁପ ସି’ରେ ରଖାଯାଇଥିଲା ଏବଂ କେତୋଟି ସର୍ତ୍ତ ପାଳନ ପାଇଁ ପ୍ରସ୍ତାବ ରଖାଯାଇଥିଲା। କିନ୍ତୁ ଇତି ମଧ୍ୟରେ ପାକିସ୍ତାନ ସର୍ତ୍ତ ପାଳନରେ ବିଫଳ ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି।

- Advertisement -

ସୂଚନାଯୋଗ୍ୟ,୧୯୮୯ରେ ସ୍ଥାପିତ ଏଫଟିଏଫ ବିଭିନ୍ନ ଦେଶ ପକ୍ଷରୁ ଆତଙ୍କବାଦୀଙ୍କୁ ପାଣ୍ଠିଂ ଯୋଗାଇବା ନେଇ ସମୀକ୍ଷା କରିଥାଏ ଓ ଆର୍ଥିକ ନେଣଦେଣ ପ୍ରକ୍ରିୟା ଉପରେ ନଜର ରଖିଥାଏ। ଏହି ସଂସ୍ଥା କୌଣସି ଦେଶକୁ କଳା ତାଲିକାଭୁକ୍ତ କରିବା ପରେ, ସେହି ଦେଶକୁ ଋଣ ମିଳିବ କଷ୍ଟକର ହୋଇଥାଏ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories