www.samajalive.in
Wednesday, December 10, 2025
16.1 C
Bhubaneswar

ଆଉ ୪୦୬ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୭୮କୁ ବୃଦ୍ଧି

ଭୁବନେଶ୍ବର : ଶୁକ୍ରବାର ରାଜ୍ୟରୁ ଆଉ ୪୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୭୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୫୨, ଖୋର୍ଦ୍ଧାରୁ ୪୨, କେନ୍ଦ୍ରାପଡାରୁ ୩୫, କଟକରୁ ୨୭, ସମ୍ବଲପୁରରୁ ୨୬, ବଲାଙ୍ଗୀର ଓ ଯାଜପୁରରୁ ୨୪ ଜଣ ଲେଖାଏଁ, ମୟୂରଭଞ୍ଜରୁ ୨୨, ପୁରୀରୁ ୧୮, ବରଗଡ଼ରୁ ୧୭ ଜଣ ଓ ଅନୁଗୋଳରୁ ୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

- Advertisement -

ସେହିପରି ବାଲେଶ୍ବରରୁ ୧୧, କେନ୍ଦୁଝରରୁ ୧୦, ଦେବଗଡ ଓ ନବରଙ୍ଗପୁରରୁ ୯ ଜଣ ଲେଖାଏଁ, ନୂଆପଡାରୁ ୮, ଝାରସୁଗୁଡା, କଳାହାଣ୍ଡି ଓ କନ୍ଧମାଳରୁ ୬ ଜଣ ଲେଖାଏଁ, ଜଗତସିଂହପୁର ଓ ରାୟଗଡ଼ାରୁ ୫ ଜଣ ଲେଖାଏଁ, ଭଦ୍ରକ, ଗଞ୍ଜାମ ଓ ମାଲକାନଗିରିରୁ ୪ ଜଣ ଲେଖାଏଁ, ନୟାଗଡ଼ରୁ ୨, ବୌଦ୍ଧ, ଗଜପତି ଓ କୋରାପୁଟରୁ  ଜଣେ  ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୧୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୭୮ କୁ ବୃଦ୍ଧି ପାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories