www.samajalive.in
Thursday, December 11, 2025
18.1 C
Bhubaneswar

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଦୁଇ ଗିରଫ

ଫୁଲବାଣୀ: ସ୍ଥାନୀୟ ଆଦର୍ଶଥାନା ଅଞ୍ଚଳରେ ଏକ ନାବାଳିକା ଦୁଷ୍କର୍ମ ଘଟଣା ଘଟିଥିବା ଜଣାପଡିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ଗତ ମାସ ୨୮ ତାରିଖରେ ଫୁଲବାଣୀ ପୌରାଞ୍ଚଳର ଜନୈକା ନାବାଳିକା ସ୍ଥାନୀୟ ଶିଳ୍ପ ତାଲିମ ଅନୁଷ୍ଠାନ ନିକଟରେ ରହୁଥିବା ତାର ଜଣେ ସାଙ୍ଗ ଘରକୁ ଯାଉଥିବା ସମୟରେ ସେହି ରାସ୍ତା ଦେଇ ଯାଉଥିବା ଦୁଇ ଜଣ ଯୁବକ ତାକୁ ସାଙ୍ଗ ଘରେ ଛାଡିଦେବେ ବୋଲି କହି ଡାକି ନେଇଥିଲେ। ତେବେ ସେମାନେ ତାକୁ ସାଙ୍ଗ ଘରେ ଛାଡିବା ପରିବର୍ତ୍ତେ ଭେଟଖୋଲ ଜଙ୍ଗଲକୁ ନେଇଯାଇ ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାର ବାପାଙ୍କ ଅଭିଯୋଗ ପ୍ରକାରେ ଟାଉନ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କୁମ୍ଭାରପଡାର ଅଗସ୍ତି ବେହେରା ଓ ସଦର ଥାନା ଅନ୍ତର୍ଗତ କଳାବାଘ ଜାମଝରୀ ଗ୍ରାମର ସୁରଥ ବେହେରା। ଏ ନେଇ ଟାଉନ ଥାନାରେ କେସ ନଂ ୧୬୬/୨୬.୧୨.୨୦ରେ ଏକ ମାମଲା ରୁଜୁ କରାଯାଇଛି। ପୀଡ଼ିତାର ଡାକ୍ତରୀ ମାଇନା କରିବା ପରେ ତାକୁ ଜି ଉଦୟଗିରି ସୁଭଦ୍ରା ମହତାବ ଆଶ୍ରୟ ଗୃହକୁ ପଠାଯାଇଥିବା ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories