www.samajalive.in
Saturday, December 6, 2025
19.1 C
Bhubaneswar

ରବିବାର ଚାରି କୋର୍ଟଚାଲାଣ, ଗିରଫ ସଂଖ୍ୟା ୨୫ କୁ ବୃଦ୍ଧି, ଗିରଫ ଭୟରେ ଗ୍ରାମ ପୁରୁଷ ଶୁନ୍ୟ

ବାଲିଚନ୍ଦ୍ରପୁର : ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ତଥା ଭରତପୁର ପଞ୍ଚାୟତ ଅନ୍ତର୍ଗତ ପଣସୁଧା ମାତାମଠ ନିକଟସ୍ଥ ବଜାର ଠାରେ ଚଳିତ ମାସ ୬ ତାରିଖରେ ଘଟିଥିବା ଗୋଷ୍ଠୀ ସଙ୍ଘର୍ଷ ଓ ପୁଲିସ ଭ୍ୟାନ୍‍ ପୋଡି ଘଟଣାରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ରବିବାର ବାଲିଚନ୍ଦ୍ରପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗୋଷ୍ଠି ସଂଘର୍ଷ ଓ ପୁଲିସ ଭ୍ୟାନ୍‍ ପୋଡି ଘଟଣାରେ ମୋଟ୍‍ ଗିରଫ ସଂଖ୍ୟା ୨୫ କୁ ବୃଦ୍ଧି ପାଇଥିବା ବେଳେ ଗିରଫଦାରୀ ଭୟରେ ଏବେବି ଗ୍ରାମ ପୁରୁଷ ଶୁନ୍ୟ ରହିଥିବା ଦେଖାଯାଇଛି। ଗୋଷ୍ଠୀ ସଂଘର୍ଷ ଓ ପୁଲିସ ଭ୍ୟାନ୍‍ ପୋଡି ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗିରଫ ହୋଇସାରିଥିବା ବେଳେ ଘଟଣାର ଅନ୍ୟ ମୁଖ୍ୟ ଅଭିଯୁକ୍ତ ଜଣକ ବଡଚଣା ମହିଳା ବିଜେଡି ସଭାନେତ୍ରୀ ତଥା ଭରତପୁର ସରପଞ୍ଚ ସରସ୍ୱତୀ ବେହେରାଙ୍କ ସ୍ୱାମୀ ଶିକ୍ଷକ ବସନ୍ତରାଜ ସାମଲ ଓରଫ ମିଟୁ ଫେରାର ଥିବା ଜଣାଯାଇଛି। ମିଟୁକୁ ଗିରଫ କରିବା ପାଇଁ ବାଲିଚନ୍ଦ୍ରପୁର ପୁଲିସ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଜଣାଯାଇଛି। ରବିବାର ୪ ଜଣଙ୍କୁ ଗିରଫ କରାଯିବା ପରେ ଭରତପୁର ସରପଞ୍ଚ ସରସ୍ୱତୀ ବେହେରାଙ୍କ ନେତୃତ୍ୱରେ ତିରିଶରୁ ଊର୍ଦ୍ଧ୍ବ ମହିଳା ଥାନା ସମ୍ମୁଖରେ ରୁଣ୍ଡ ହୋଇ ନିରିହ ଲୋକ ମାନଙ୍କୁ ପୁଲିସ ଗିରଫ କରୁଥିବା ଅଭିଯୋଗ କରିଥିଲେ। ପୁଲିସ୍‍ ଉକ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଭ୍ୟାନ୍‍ ପୋଡି ଘଟଣାରେ ସଂପୃକ୍ତ ଥିବା ଲୋକଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ପୁଲିସ୍‍ ଉପରେ ରାଜନୈତିକ ଚାପ ସୃଷ୍ଟି କରିବା ପାଇଁ ସରପଞ୍ଚ ମହିଳା ମାନଙ୍କୁ ଧରି ଏପରି ଡ୍ରାମା କରୁଥିବା ବିରୋଧୀ ବିଜେପି ଓ କଂଗ୍ରେସ୍‍ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ମିଟୁ ଶିକ୍ଷକତା କରୁଥିବାରୁ ଗୋଷ୍ଠି ସଂଘର୍ଷ ଘଟଣା ସମ୍ପର୍କରେ ପୁଲିସ୍‍ ଯାଜପୁର ଜିଲ୍ଲା ଶିକ୍ଷଧିକାରୀଙ୍କୁ ଚିଠି ଦ୍ୱାରା ଅବଗତ କରାଇଥିବା ଜଣାଯାଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories