www.samajalive.in
Tuesday, December 9, 2025
26.1 C
Bhubaneswar

୨୨ବର୍ଷ ମରି ମରି ବଞ୍ଚିଛି : ଅଞ୍ଜନା

ଦୀର୍ଘ ୨୨ବର୍ଷ ଧରି ମୁଁ ମରି ମରି ବଞ୍ଚିଛି। ବହୁତ କଷ୍ଟ ପାଇଛି। ମୋ ପ୍ରାଣ ନେବାକୁ ବହୁଥର ଚେଷ୍ଟା କରାଯାଇଛି। ମୋ’ ପାଟି ବନ୍ଦ ରଖି ଘର ଭିତରେ ରହିବାକୁ ଧମକ ଦିଆଯାଇଛି। ଯବାନଙ୍କ ଦ୍ବାରା ମୋ’ ଘର ଉପରକୁ ଟେକା ପଥର ଫିଙ୍ଗା ଯାଇଛି। ସେତେ‌‌ବେଳେ ମୋର ମୁହଁ ଫାଟି ଯାଇଥିଲା। ଘରର କବାଟକୁ ବାଡ଼େଇ ଧମକ ଚମକ ଦିଆଯାଇଥିଲା। ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତରଫରୁ କୌଣସି ସହଯୋଗ ମିଳିନଥିଲା। ମୁଁ ଆପାର୍ଟମେଣ୍ଟରେ ରହି ପାରିଲିନି। ମତେ ଏତେ ହଇରାଣ ହରକତ କରୁଥିଲେ। ସେ ସମୟରେ ପରୋକ୍ଷରେ
ସବୁବେଳେ ଧମକ ଦେଉଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜେ.ବି ପଟ୍ଟନାୟକ ଓ ଇନ୍ଦ୍ରଜିତ ରାୟଙ୍କ ନାଁରେ ମୁଁ ମାମଲା କରିଥିଲି। ତେଣୁ ସେମାନେ ପ୍ରତିଶୋଧ ନେବା ପାଇଁ ଏପରି କରିଥିଲେ ବୋଲି ଅଞ୍ଜନା ମିଶ୍ର ଗଣମାଧ୍ୟମକୁ କହିଛନ୍ତି। ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ସମ୍ପର୍କରେ ଭିନ୍ନ ଭିନ୍ନ କଥା ଶୁଣିଥିଲି। କିଏ କହୁଥିଲା ସେ ମରି ଯାଇଛି। ପୁଣି ଆଉ କିଏ କହୁଥିଲା ତାକୁ ଗାଁରୁ ବିଦା କରି ଦିଆଯାଇଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ସୁଶ୍ରୀ କାନୁନଗୋ ମହାନ୍ତି ବସୁଥିଲେ। ସେ ଲୋକଙ୍କ ସହାୟତାରେ ମୋ’ ଘର ଉପରକୁ ପଥର ଫିଙ୍ଗୁଥିଲେ। ମୋତେ ମାରିଦେବାକୁ ଚେଷ୍ଟା କରୁଥିଲେ। କଂଗ୍ରେସ ସହ ତାଙ୍କର କ’ଣ ସମ୍ପର୍କ ତାହା ଜାଣିନି। ସେ ସବୁବେଳ ଧମକ ଦେଇ ଘରେ ପାଟି ବନ୍ଦ କରି ବସି ରହିବାକୁ କହୁଥିଲେ। ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଧରାପଡିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୁଲିସ କମିସନରଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ବହୁ ବିଳମ୍ବରେ ଧରାପଡିଛି ମୁଖ୍ୟ ଅଭିଯୁକ୍ତ ବିବନ। ତାଙ୍କର ନ୍ୟାୟାଳୟଉପରେ ପୂର୍ଣ୍ଣ ବିଶ୍ବାସ ରହିଛି। ଅଭିଯୁକ୍ତକୁ ଫାଶୀ କିମ୍ବା ଆଜୀବନ କାରାଦଣ୍ଡ ହେଉ ବୋଲି ଅଞ୍ଜନା ଦାବି କରିଛନ୍ତି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories