ଅନୁଗୁଳ : ଅନୁଗୁଳ ଜିଲା କଣିହାଁ ଥାନା ଅନ୍ତର୍ଗତ କୁମୁଣ୍ଡା ପଞ୍ଚାୟତ ଅଧୀନସ୍ଥ ଚିତଲପୁର ସାହି ନିକଟରେ ଏକ ପଡିଆରୁ ଅନୁଗୁଳ ସ୍ୱତନ୍ତ୍ର ଟାସ୍କଫୋର୍ସ ପୁଲିସ ଚଢାଉ କରି ୨ ଚୋରା ଡିଜେଲ ବୋଝେଇ ବୋଲେରୋ ଶୁକ୍ରବାର ଜବତ କରିଛି । ସମ୍ପୃକ୍ତ ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖିଛି। ପୁଲିସ ଚଢାଉ କରି ୯୫୦ ଲିଟର ଚୋରା ଡିଜେଲ ବୋଝେଇ ବୋଲେରୋ ଜବତ କରିଛି। ଏହାସହ ଏକ ବାଇକ, ଏକ ସ୍କୁଟି ମଧ୍ୟ ଜବତ କରାଯାଇଛି। ସ୍ୱତନ୍ତ୍ର ଟାସ୍କଫୋର୍ସ ଉକ୍ତ ଗାଡି ଆଦିକୁ କଣିହାଁ ପୁଲିସକୁ ହସ୍ତାନ୍ତର କରିଛି। ଘଟଣାର ତଦନ୍ତ ଜାରି ରହିଛି।
Popular Categories



