www.samajalive.in
Thursday, December 11, 2025
18.1 C
Bhubaneswar

୩୫ବର୍ଷ ପରେ ନିଜ ଘର ଦେଖିଲେ ସ୍ମୃତି ଇରାନୀ

ଗୁରୁଗ୍ରାମ : ଦୀର୍ଘ ୩୫ବର୍ଷ ପରେ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ଅଭିନେତ୍ରୀ ସ୍ମୃତି ଇରାନୀ ଏଠାରେ ଥିବା ନିଜ ପ୍ରଥମ ଘର ପରିଦର୍ଶନ କରିଛନ୍ତି। ଏଥିରେ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିବା ସ୍ମୃତି ରିକ୍ସାରେ ବସି ପ୍ରିୟ ଚାଟ୍‍ ଦୋକାନ ମଧ୍ୟ ଯାଇଥିଲେ ଓ ଗାଁର କିଛି ଲୋକଙ୍କୁ ଚିହ୍ନି ଖୁସି ବ୍ୟକ୍ତ କରିଥିଲେ। ପ୍ରଯୋଜିକା ଏକତା କପୁର ତାଙ୍କ ସହିତ ଗୁରୁଗ୍ରାମ ଯାଇଥିଲେ। ତେବେ ନିଜର ପୁରୁଣା ଘର ଏବେ ଦୋକାନରେ ପରିଣତ ହୋଇଥିବା ଦେଖି ଦୁଃଖ ପ୍ରକାଶ କରିଥିଲେ। ଏକତାଙ୍କ ଆଗାମୀ ଧାରାବାହିକ ‘ହୋମ୍‍’ର ନିର୍ମାଣ ପରିପ୍ରେକ୍ଷୀରେ ସ୍ମୃତି ଗାଁକୁ ଯାଇଥିବା ପ୍ରକାଶ। ‘କ୍ୟୁଁ କି ଶାସ୍‍ ଭି କଭି ବହୂ ଥି’ ଧାରାବାହିକରେ ଏକତ୍ର କାମ କରିଥିବା ଏକତା ଓ ସ୍ମୃତିଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories