ମୁମ୍ବଇ : ଗୁରୁବାର ବଲିଉଡ ପରଫେକ୍ଟନିଷ୍ଟ ଅମିର ଖାନ, ବିଗ୍ ବି ଅମିତାଭ ବଚ୍ଚନ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଠଗ୍ସ ଅଫ ହିନ୍ଦୁସ୍ଥାନ’ର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଅମିର ଖାନ ଏକ ଠକର ଭୂମିକାରେ ଅଭିନୟ କରୁଥିବାବେଳେ ଅମିତାଭ ବଚ୍ଚନ୍ ନାୟକ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରେ ଫତିମା ସନା ଓ କ୍ୟାଟ୍ରିନା କୈଫ ମଧ୍ୟ ରହିଛନ୍ତି। ସମସ୍ତ କଳାକାରଙ୍କ ଉପସ୍ଥିତିରେ ମୁମ୍ବଇର ଏହି ଟ୍ରେଲର ସମାରୋହ ହୋଇଥିଲା। ତନୁଶ୍ରୀ ଦତ୍ତ ଏବଂ କଳାକାର ନାନା ପାଟକରଙ୍କ ବିବାଦକୁ ନେଇ କିଛି ସାମ୍ବାଦିକ ପ୍ରଶ୍ନ କରିଥିଲେ। ଅମିତାଭ ଏହି ପ୍ରଶ୍ନରେ କହିଥିଲେ, ମୁଁ ନାନା ପାଟକର ନୁହେଁ କିମ୍ବା ତନୁଶ୍ରୀ ନୁହେଁ ସେଥିପାଇଁ ମୁଁ ଏ ପ୍ରଶ୍ନର ଉତ୍ତର ଦେବାକୁ ମନେ କରୁନାହିଁ। ଅମିର ଖାନ କହିଥିଲେ, ଘଟଣାର ସତ୍ୟତା ନ ଜାଣି କୌଣସି ବିଷୟରେ ମତ ଦେବା ଠିକ ହେବ ନାହିଁ । ନିକଟରେ ଏକ ସାକ୍ଷାତକାରରେ ତନୁଶ୍ରୀ କହିଛନ୍ତି ଯେ, ‘ହର୍ନ ଓକେ ପ୍ଲିଜ’ ଚଳଚ୍ଚିତ୍ର ଏକ ଗୀତର ନୃତ୍ୟ କରିବା ବାହାନାରେ ନାନା ପାଟକର ମୋ ସହ ଖରାପ ବ୍ୟବହାର କରିଥିଲେ। ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ ଚାହୁଁଥିଲେ ଯେ ନାନା ଯାହା ବି କରୁଛନ୍ତି ତାହା ଚଳଚ୍ଚିତ୍ରର ଏକ ଅଂଶ। ଏ ବିଷୟରେ ମୋ ପରିବାର ଲୋକେ ଜାଣିଥିଲେ। ଏହାକୁ ନେଇ ଆମ କାର ଉପରେ ଆକ୍ରମଣ ମଧ୍ୟ ହୋଇଥିଲା।
Popular Categories



