www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ରିୟଲମି ୨ ପ୍ରୋ ଏବଂ ରିୟଲମି ସି-୧

ନୂଆଦିଲ୍ଲୀ : ଓପୋର ସବ-ବ୍ରାଣ୍ଡ ରିୟଲମି ଭାରତରେ ଗୁରୁବାର ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ ‘ରିୟଲମି ୨ପ୍ରୋ ‘ଏବଂ ‘ରିୟଲମି ସି-୧’। ରିୟଲମି ୨ପ୍ରୋ ଫୋନ ଅକ୍ଟୋବର ମାସ ୧୧ତାରିଖରୁ ଫ୍ଲିପକାର୍ଟରେ ଉପଲବ୍ଧ ହେବ। ରିୟଲମି ୨ପ୍ରୋ ତିନୋଟି ଭେରାଇଟି ୪ଜିବି ରାମ, ୬ଜିବି ରାମ, ଏବଂ ୮ଜିବି ରାମରେ ଉପଲବ୍ଧ ହେବ।
ଋିୟଲମି-୨ର ମୂଲ୍ୟ
ଋିୟଲମି ୨ର ୪ଜିବି ରାମ,୬୪ଜିବି ମଡେଲର ମୂଲ୍ୟ ୧୩,୯୯୦ ଟଙ୍କା। ଏହାର ୬ଜିବି ରାମ ସହିତ ୬୪ ଜିବି ଷ୍ଟୋରେଜ ଥିବା ଫେନର ମୂଲ୍ୟ ୧୫,୯୯୦ ଟଙ୍କା ଏବଂ ୮ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୧୭,୯୯୦ ଟଙ୍କା।
ଋିୟଲମି ୨ର ବିଶେଷତ୍ୱ
ଋିୟଲମି ୨ପ୍ରୋରେ ୬.୩ ଇଞ୍ଚର ଫୁଲ ଏଚଡିପ୍ଲସ ଡିସପ୍ଲେ ରହିଛି ଯାହାର ଆସପେକ୍ଟ ରେଶିୟୋ ୨୩୪୦/୧୦୮୦ ପିକ୍ସଲ ରହିଛି। ଏହାବ୍ୟତୀତ ଏହି ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୬୬୦ ପ୍ରୋସେସର ଦିଆଯାଇଛି। ଏଥିରେ ଡୁଆଲ ରିୟର କ୍ୟାମେରା ମିଳିବ ଯେଉଁଥିରୁ ଗୋଟିଏ କ୍ୟାମେରା ୧୬ମେଗାପିକ୍ସେଲ ଯାହାର ଅପର୍ଚର ଏଫ୍‍/୧.୭ରହିଛି। ଅନ୍ୟ କ୍ୟାମେରାଟି ୨ମେଗାପିକ୍ସେଲ ଯାହାର ଅପର୍ଚର ଏଫ୍‍ ୧/୨.୮। ଏହାର ଆଗପଟ କ୍ୟାମେରା ୧୬ମେଗାପିକ୍ସେଲର ଦିଆଯାଇଛି। ଏହାର ଆଗପଟ କ୍ୟାମେରାରେ ଏଆଇର ସପୋର୍ଟ ଏବଂ ୨.୦ ବ୍ୟୁଟି ମୋଡ ମିଳିବ। ଫୋନରେ ଫେଓ ଅନଲକ ସହିତ ଟିପଚିହ୍ନ ସେନସର ପାଇପାରିବେ। ଏହାବ୍ୟତୀତ ଏହି ଫୋନରେ ଆଣ୍ଡ୍ରଏଡ ଓରିୟୋ ୮.୧ ଆଧାରିତ କଲରଓଏସ ୫.୨ଓଏସ ମିଳିବ। ଏହାସହିତ ଏଥିରେ ଡୁଆଲ ସିମ ସପୋର୍ଟ ଏବଂ ୩୫୦୦ ଏମ୍‍ଏଚ୍‍ ର ବ୍ୟାଟେରୀ ଦିଆଯାଇଛି।
ଋିୟଲମି ସି-୧ ର ମୂଲ୍ୟ ଏବଂ ବିଶେଷତ୍ୱ
ଋିୟଲମି ସି-୧ର ୨ଜିବି ରାମ ଏବଂ ୧୬ଜିବି ଷ୍ଟୋରେଜ ସହିତ ଲଞ୍ଚ କରାଯାଇଛି। ଏହି ଫୋନର ମୂଲ୍ୟ ୬,୯୯୯ ଟଙ୍କା। ଏହି ଅଫାର ଦିପାବଳୀ ପର୍ଯ୍ୟଂନ୍ତ ରହିବ। ପରେ ଏହି ଅଫର ଉଠିଯାଇ ପାରେ। ଏହାବ୍ୟତୀତ ରିୟଲମି ସି-୧ରେ କ୍ୱାଲାକମର ସ୍ନାପଡ୍ରାଗନ ୪୫୦ ପ୍ରୋସେସର ରହିଛି। ଫୋନରେ ଡୁଆଲ ରିୟର କ୍ୟାମେରା(୧୩+୨ ମେଗାପିକ୍ସେଲ) ଏବଂ ୫ମେଗାପିକ୍ସେଲର ଆଗପଡ କ୍ୟାମେରା ରହିଛି। ଏହି ଫୋନରେ ୪୨୩୦ଏମ୍‍ଏଚର ବ୍ୟାଟେରୀ ଦିଆଯାଇଛି। ଏହି ଫୋନର ଷ୍ଟୋରେଜକୁ ୨୫୬ ଜିବି ପର୍ଯ୍ୟନ୍ତ ବଢାଇପାରିବେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories