ରାସ୍ତା ଉଦ୍‌ଘାଟନ ପାଇଁ ଯାଇ ରାହୁଲ ଗାନ୍ଧି ହଟହଟା

0

ଅମେଥି : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅମେଥିକୁ ଏକ ରାସ୍ତା ଉଦ୍‌ଘାଟନ କରିବାକୁ ଯାଇ ହଟହଟାର ଶିକାର ହୋଇଛନ୍ତି । ରାହୁଲଙ୍କ ରାସ୍ତା ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଜିଲା ପ୍ରଶାସନ ବନ୍ଦ କରିଦେଇଥିବା କୁହାଯାଉଛି । ସୂଚନା ଅନୁସାରେ ରାହୁଲ ଗାନ୍ଧି ୨ ଦିନିଆ ଅମେଥି ଗସ୍ତରେ ଅଛନ୍ତି । ରାହୁଲ ଗାନ୍ଧିଙ୍କ ସୋମବାର ଅପରାହ୍ନରେ ୨ଟା ସମୟରେ ରାସ୍ତା ଉଦ୍‌ଘାଟନ କାର୍ଯ୍ୟକ୍ରମ ଥିଲା । ମାତ୍ର ଦିନ ପ୍ରାୟ ୧ଟାରେ ଜିଲା ପ୍ରଶାସନ ତାଙ୍କ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲା । ରାହୁଲ କେବଳ ଉକ୍ତ ରାସ୍ତାକୁ ଯାଇ ଦେଖିପାରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ବିଜେପି ପକ୍ଷରୁ କୁହାଯାଇଛି ଯେ ଏହି ୫ କିଲୋମିଟର ଲମ୍ବ ରାସ୍ତାର ନିର୍ମାଣ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ହୋଇଛି । ତେଣୁ ଏହାର ଉଦ୍‌ଘାଟନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରିବେ । ଉଲ୍ଲେଖଯୋଗ୍ୟ ଯେ ଏହି ସଡ଼କର ଶିଳାନ୍ୟାସ୍‌ ୨୦୧୮ ଜାନୁଆରୀ ୧୬ରେ ରାହୁଲ ଗାନ୍ଧି କରିଥିଲେ । ଜିଲା କଂଗ୍ରେସ ନେତା ଯୋଗେନ୍ଦ୍ର ମିଶ୍ର କହିଛନ୍ତି ଯେ ରାହୁଲ ଉଦ୍‌ଘାଟନ କରିବାକୁ ଯାଇଥିବା ନେଇ ଭ୍ରମ ସୃଷ୍ଟି କରାଯାଉଛି । ରାହୁଲ ଗାନ୍ଧି କେବଳଏହି ରାସ୍ତାକୁ ଦେଖିବାକୁ ଯାଇଥିଲେ । ସେପଟେ ରାହୁଲ ଗାନ୍ଧିଙ୍କ ଅମେଥି ପ୍ରତିନିଧି ଚନ୍ଦ୍ରକାନ୍ତ ଦୁବେ କଂଗ୍ରେସ ଅଧ୍ୟକ୍ଷଙ୍କ ଗସ୍ତର ଯେଉଁ କାର୍ଯ୍ୟକ୍ରମ ଜାରି କରିଥିଲେ ସେଥିରେ ରାସ୍ତା ଉଦ୍‌ଘାଟନ କାର୍ଯ୍ୟକ୍ରମ ନେଇ ଉଲ୍ଲେଖ ରହିଥିଲା । ୩ କୋଟି ୩୦ ଲକ୍ଷ କୋଟି ଟଙ୍କା ବିନିଯୋଗରେ ଏହି ରାସ୍ତାର ନିର୍ମାଣ କରାଯାଇଛି । ଏହି ରାସ୍ତା ଥାୱରି ଗ୍ରାମ ସହ କୋଟୱା ଗ୍ରାମକୁ ସଂଯୋଗ କରୁଛି ।

Leave A Reply