www.samajalive.in
Sunday, December 7, 2025
14.1 C
Bhubaneswar

ମଣିପୁର ଓ ଜମ୍ମୁ-କଶ୍ମୀର ନଯିବାକୁ ନିଜ ନାଗରିକଙ୍କୁ ଆମେରିକାର ପରାମର୍ଶ

ଡେସ୍କ: ଆମେରିକା ଭାରତ ଭ୍ରମଣରେ ଯାଉଥିବା ନିଜ ନାଗରିକଙ୍କୁ ମଣିପୁର ଓ ଜମ୍ମୁ କଶ୍ମୀର ସହିତ ଭାରତ-ପାକ ସୀମାନ୍ତବର୍ତ୍ତୀ ଅଂଚଳ ଓ ଦେଶର ମଧ୍ୟ ଏବଂ ପୂର୍ବଭାଗକୁ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। ନକ୍ସଲ ପ୍ରଭାବିତ ଅଂଚଳଗୁଡିକୁ ମଧ୍ୟ ନ ଯିବାକୁ ପରାମର୍ଶ ଦେଇଛି। ଏକ ସଂଶୋଧିତ ଯାତ୍ରା ପରାମର୍ଶରେ ଆମେରିକାର ବୈଦେଶିକ ବିଭାଗ କହିଛି ଯେ, ଅପରାଧ, ଆତଙ୍କବାଦ ଓ ନକ୍ସଲବାଦ କାରଣରୁ ଭାରତରେ ଅଧିକ ସାବଧାନତା ଗ୍ରହଣ କରିବା ଉଚିତ। କିଛି ଦିନ ହେବ ଭାରତର କେତେକ ଅଂଚଳରେ ବିପଦ ବୃଦ୍ଧି ପାଇଛି। ଏହି ତାଲିକାରେ ଭାରତ ଦ୍ୱିତୀୟ ସ୍ଥରରେ ରହିଛି। କିନ୍ତୁ ଦେଶର ଅନେକ ସ୍ଥାନକୁ ୪ ନମ୍ବର ସ୍ଥରରେ ରଖାଯାଇଛି।

ସୂଚନା ଅନୁଯାୟୀ, ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଆତଙ୍କବାଦ ଓ ନାଗରିକ ଅଶାନ୍ତି କାରଣରୁ କେନ୍ଦ୍ରଶାସିତ ଅଂଚଳ ଜମ୍ମୁ ଓ କଶ୍ମୀରରେ ଆକ୍ରମଣ ଆଶଙ୍କା କାରଣରୁ ଭାରତ-ପାକିସ୍ତାନ ସୀମାର ୧୦ କିଲୋମିଟର ଭିତରେ ନକ୍ସଲବାଦ, ଉଗ୍ରବାଦ କାରଣରୁ ମଧ୍ୟ ଓ ପୂର୍ବ ଭାରତର କିଛି ଅଂଚଳରେ ହିଂସା ଓ ଅପରାଧ କାରଣରୁ ମଣିପୁର ଯାତ୍ରାରୁ ଦୂରେଇ ରହିବା ଆବଶ୍ୟକ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories