www.samajalive.in
Saturday, December 6, 2025
19.1 C
Bhubaneswar

ଆମେରିକାରେ ପୁଣି ଫୁଟିଲା ଗୁଳି; ଜଣେ ମୃତ, ୨ ଗୁରୁତର

ଓ୍ୱାଶିଂଟନ: ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି । ଏକାବେଳେ ଆମେରିକାର ଦୁଇଟି ପୃଥକ ପୃଥକ ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି । ମେମ୍‌ଫିସରେ ଗୁଳିକାଣ୍ଡରେ ଜଣେ ପୁଲିସ ଅଧିକାରୀ ନିହତ ହୋଇଛନ୍ତି । ଘଟଣାରେ ୩ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖିଛି । ଏବେ ବି ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଫେରାର ରହିଥିବା କୁହାଯାଇଛି ।

ସେପଟେ ଓ୍ୱାଶିଂଟନର ଏକ ଘରୋଇ ସ୍କୁଲ ବାହାରେ ମଧ୍ୟ ଗୁଳିକାଣ୍ଡ ଘଟିଛି । ଏଥିରେ ୨ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଗୁଳିକାଣ୍ଡ ଜଣେ ସହପାଠୀ ଘଟାଇଥିବା ଜଣାପଡ଼ିଛି । ଘଟଣାରେ ଜଣେ ସହପାଠୀକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଅଭିଯୁକ୍ତ ଜଣକର ବୟସ ୧୫ ବର୍ଷ ହୋଇଥିବା ନେଇ ପୁଲିସ ସୂଚନା ଦେଇଛି । ଗତ ରବିବାର ଦିନ ମଧ୍ୟ ଦୁର୍ବୃତ୍ତର ଗୁଳିମାଡ଼ରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories