www.samajalive.in
Monday, December 8, 2025
24.1 C
Bhubaneswar

ଦକ୍ଷିଣ ଚୀନ ସାଗରରେ ଆମେରିକାର ସମରାଭ୍ୟାସ

ମନିଲା : ଦକ୍ଷିଣ ଚୀନ ସାଗରରେ ଆମେରିକା ଓ ଚୀନ ନୌସେନା ମୁହାଁମୁହିଁ ହୋଇଛନ୍ତି। ଏଠାରେ ଚୀନ ନୌସେନା ଜୁଲାଇ ୧ରୁ ୫ଦିନିଆ ସମରାଭ୍ୟାସ ଆରମ୍ଭ କରିଛି। ଏହାର ମୁକାବିଲା ପାଇଁ ଆମେରିକା ନୌସେନା ଏଠାରେ ସମରାଭ୍ୟାସ ଆରମ୍ଭ କରିଛି। ଆମେରିକାର ଦୁଇ ବୃହତ୍‌ ପରମାଣୁ ଶକ୍ତିସମ୍ପନ୍ନ ଯୁଦ୍ଧବିମାନବାହୀ ଜାହାଜ ୟୁଏସଏସ ନିମିସ୍‌ (ସିଭିଏନ-୬୮) ଓ ୟୁଏସଏସ ରୋନାଲ୍ଡ ରେଗାନ (ସିଭିଏନ-୭୬) ଏଥିରେ ସାମିଲ ହୋଇଛି। ଆମେରିକୀୟ ଆଡମିରାଲ ଏମ୍‌. ୱିକଫ୍‌ ଏ ସମ୍ପର୍କରେ କହିଛନ୍ତି ଯେ ଦୁଇ ଯୁଦ୍ଧ ଜାହାଜ ତାଇୱାନ ନିକଟ ଫିଲିପାଇନ୍ସର ଲୁଜୋନ୍‌ ଦ୍ବୀପ ନିକଟ ଲୁଜୋନ୍‌ ପ୍ରଣାଳୀ ଦେଇ ଦକ୍ଷିଣ ଚୀନ ସାଗର​‌େ​‌ର ପହଞ୍ଚିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ସ୍ବତନ୍ତ୍ର ତଥା ମୁକ୍ତ ଅଞ୍ଚଳ ଭାବେ ଆମେରିକା ସମର୍ଥନ କରିଆସୁଥିବାବେଳେ ଏଠାରେ ଚୀନ ନୌସେନା ଆଧିପତ୍ୟ ବିସ୍ତାର କରିବାରେ ଲାଗିଥିବାରୁ ଏହାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଆମେରିକା ସେଠାକୁ ଯୁଦ୍ଧଜାହାଜ ପଠାଇଛି। ଚୀନ ଏଠାରେ ପୂର୍ବରୁ ନିଜର ନୌବାହିନୀ ଜାହଜ ମୁତୟନ କରିଛି। ଆମେରିକାର ଏହି ପଦକ୍ଷେପକୁ ଭାରତ ସମର୍ଥନ ଜଣାଇଛି। ବ୍ରୁନେଇ, ମାଲେସିଆ, ଫିଲିପାଇନ୍ସ, ତାଇୱାନ ଓ ଭିଏତନାମ ଦକ୍ଷିଣ ଚୀନ ସାଗରରେ ଚୀନର ଆଧିପତ୍ୟକୁ ବିରୋଧ କରୁଛନ୍ତି। ଜାପାନ ମଧ୍ୟ ଆମେରିକାକୁ ଏ କ୍ଷେତ୍ରରେ ସମର୍ଥନ କରିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories