www.samajalive.in
Wednesday, December 10, 2025
26.1 C
Bhubaneswar

ଶେଷ ହେଲା ରଥଯାତ୍ରା : ରତ୍ନବେଦୀରେ ଦାରୁବ୍ରହ୍ମ

ପୁରୀ : ରଥଯାତ୍ରା ଶେଷକରି ଶ୍ରୀମନ୍ଦିର ରତ୍ନସିଂହାସନକୁ ଶନିବାର ଫେରିଛନ୍ତି ଦାରୁବ୍ରହ୍ମ। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଛି। ଘଣ୍ଟଘଣ୍ଟା, ମୃଦଙ୍ଗ ଏବଂ ବିଜେକାହାଳି ବାଦ୍ୟରେ ପ୍ରକମ୍ପିତ ହୋଇଛି ପବିତ୍ର ବଡ଼ଦାଣ୍ଡ। ରଥ ଉପରେ ସନ୍ଧ୍ୟାଆଳତି ଏବଂ ସନ୍ଧ୍ୟାଧୂପ ପରେ ଚାରମାଳ ବନ୍ଧା ଯାଇଥିଲା। ସେବକମାନେ ସିଂହାସନ ମାଜଣା କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଅପରାହ୍ଣ ୪ଟା ୩୫ରେ ରାମକୃଷ୍ଣ ଏବଂ ମଦନମୋହନ ବିଜେ କରିଥିଲେ। ଏହାପରେ ଚକ୍ରରାଜ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇଥିଲା। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ପିନ୍ଧି ଝୁଲି ଝୁଲି ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜଗନ୍ନାଥଙ୍କ ଫେରିବା ବାଟକୁ ଭେଟମଣ୍ଡପରେ ଅପେକ୍ଷା କରିଥିଲେ ମହାଲକ୍ଷ୍ମୀ। ସେବକଙ୍କ ଗହଣରେ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ମହାଲକ୍ଷ୍ମୀଙ୍କ ନିର୍ଦେଶରେ ଭିତରୁ ଦୁଆର ବନ୍ଦ କରାଯାଇଥିଲା। କିଛିସମୟ ପାଇଁ ମହାପ୍ରଭୁ ସେଠାରେ ଅଟକି ରହିଥିଲେ। ପରମ୍ପରା ଅନୁଯାୟୀ ଲକ୍ଷ୍ମୀନାରାୟଣ କଳି ଅନୁଷ୍ଠିତ ହୋଇଥିଲା। ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ ପରଂବ୍ରହ୍ମ ଶ୍ରୀଜଗନ୍ନାଥ। ଦୁଆର ଖୋଲାଯିବା ପରେ ଶ୍ରୀଜୀଉ ନୀଳକନ୍ଦରକୁ ବିଜେ କରିଥିଲେ। ପହଣ୍ଡି ଶେଷହେବା ପରେ ରତ୍ନସିଂହାସନରେ ରୁନ୍ଧାନୀତି ସମ୍ପନ୍ନ ହୋଇଥିଲା। ଚକ୍ରରାଜ ଶ୍ରୀସୁଦର୍ଶନ ସିଂହାସନକୁ ବିଜେ କରିଥିଲେ। ଏହାପରେ ଶ୍ରୀମାଧବ, ଶ୍ରୀଦେବୀ ଏବଂ ଭୂଦେବୀଙ୍କୁ ବିଜେ କରାଯାଇଥିଲା। ରାତିରେ ପ୍ରଭୁଙ୍କୁ ମହାସ୍ନାନ କରାଯାଇଛି। ରୋଷହୋମ, ମଇଲମ, ଚନ୍ଦନଲାଗି, ସୂର୍ଯ୍ୟପୂଜା,ଦ୍ବାରପାଳପୂଜା ପରେ ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ର ପହୁଡ ନୀତି ଅନୁଷ୍ଠିତ ହୋଇଛି। ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂହ, ଏସ୍‌ପି ଡଃ ଉମାଶଙ୍କର ଦାଶ ପ୍ରମୁଖ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ସମୟରେ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories