www.samajalive.in
Wednesday, December 10, 2025
26.1 C
Bhubaneswar

ଜାଣନ୍ତୁ , ଗୃହର ଆଲମିରା ଆପଣଙ୍କ ଭାଗ୍ୟ ସହ କିପରି ଜଡ଼ିତ

ବାସ୍ତୁ ଶାସ୍ତ୍ରରେ ଗୃହରେ ଥିବା ଆଲମିରାର ବିଶେଷ ମହତ୍ତ୍ୱ ରହିଛି। ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଘରର ଆଲମିରା ସର୍ବଦା ବାସ୍ତୁ ଦୋଷରୁ ମୁକ୍ତ ହେବା ଆବଶ୍ୟକ। କାରଣ ଏହା ବ୍ୟକ୍ତିର ଭାଗ୍ୟ ସହ ଜଡ଼ିତ ଅଟେ। ଜାଣନ୍ତୁ, ଆପଣଙ୍କ ଘରର ଆଲମିରା କିପରି ହେବା ଉଚିତ। ଏହା ସହ ଆପଣଙ୍କ ଭାଗ୍ୟର କ’ଣ ସମ୍ବନ୍ଧ ରହିଛି….
ବସ୍ତ୍ର ରହୁଥିବା ଆଲମିରା –
ଏହା ମୁଖ୍ୟତଃ ଶୁକ୍ର ଗ୍ରହ ସହ ସମ୍ବନ୍ଧିତ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଆଲମିରାକୁ ସର୍ବଦା ସଫାସୁତୁରା ଓ ସଠିକ ସ୍ଥାନରେ ରଖିବା ଉଚିତ। ବସ୍ତ୍ର ଗୁଡ଼ିକୁ ମଧ୍ୟ ସଜାଡ଼ି ଠିକ ଭାବେ ରଖିବା ଉଚିତ। ଲୁଗାପଟା ରହୁଥିବା ସ୍ଥାନରେ ଟଙ୍କା ପଇସା ଓ ସୁନାଗହଣା ରଖନ୍ତୁ ନାହିଁ। ଏହାକୁ ଆଲମିରାରେ ସ୍ୱତନ୍ତ୍ର ସ୍ଥାନରେ ରଖନ୍ତୁ। ଏପରି କରିବା ଦ୍ୱାରା ଧନବୃଦ୍ଧି ହେବା ସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।
ରୋଷେଇ ଘରର ଆଲମିରା –
ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଥିବା ଆଲମିରାର ସମ୍ବନ୍ଧ ସୂର୍ଯ୍ୟ ଗ୍ରହଙ୍କ ସହ ଜଡ଼ିତ। ସାଧାରଣ ଭାବେ ଏଥିରେ ରୋଷେଇ ସାମଗ୍ରୀ ସହ ବାସନକୁସନ ମଧ୍ୟ ରଖାଯାଏ। ଏହି ପ୍ରକାରର ଆଲମିରାକୁ ସମ୍ପୂର୍ଣ୍ଣ ବନ୍ଦ କରି ରଖିବା ଉଚିତ ନୁହେଁ। ଏହା ଅଶୁଭ ବୋଲି କୁହାଯାଏ। ଏତଦ ବ୍ୟତୀତ ମସଲା ଦ୍ରବ୍ୟ ଓ ଚାଉଳକୁ ଅଲଗା ଆଲମିରାରେ ରଖିବା ଉଚିତ। କାଚ ଓ ଧାତୁ ଜାତୀୟ ବସ୍ତୁକୁ ମଧ୍ୟ ଅଲଗା ରଖିବା ଦ୍ୱାରା ଶୁଭଫଳ ମିଳିଥାଏ ବୋଲି କୁହାଯାଏ। ଆଲମିରାକୁ ମାସକୁ ଥରେ ଭଲ ଭାବେ ସଫା କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଏପରି କରିବା ଦ୍ୱାରା ଗୃହରେ ଶାନ୍ତିର ବାତାବରଣ ରହିବା ସହ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories