www.samajalive.in
Saturday, December 13, 2025
26.1 C
Bhubaneswar

ଭଦ୍ରକ ବିଧାୟକଙ୍କ ଗୁଣ୍ଡାରାଜ ନିନ୍ଦନୀୟ : ଛାତ୍ର କଂଗ୍ରେସ

ଭୁବନେଶ୍ୱର : ଗତକାଲି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ଦିଆଯାଇଥିଲା । କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ଏହି ବନ୍ଦ ପାଳନ କରାଯାଇଥିଲା। ଭଦ୍ରକ ବାସୀଙ୍କ ସ୍ୱତଃସ୍ଫୃତ ସମର୍ଥନ ମଧ୍ୟ ମିଳିଥିଲା। ଏହି ବନ୍ଦ କାର୍ଯ୍ୟକ୍ରମକୁ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ସହ୍ୟ କରିପାରି ନଥିଲେ । ଶ୍ରୀ ମଲ୍ଲିକଙ୍କ ବିରୋଧରେ ଭଦ୍ରକ ବାସୀଙ୍କର ଜନ ଅସନ୍ତୋଷ ଏହି ବନ୍ଦ କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା । ଏହି ବନ୍ଦ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସ ନେତା ହେମନ୍ତ ମହାପାତ୍ର ଅଗ୍ରଣୀ ଭୂମିକା ନେଇଥିଲେ । ଶ୍ରୀ ମହାପାତ୍ରଙ୍କ ଭୂମିକାକୁ ସହ୍ୟ କରିନପାରି ବିଧାୟକଙ୍କ ଇଙ୍ଗିତରେ କିଛି ବିଜୁଜନତା ଦଳ ଗୁଣ୍ଡା ଶ୍ରୀ ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଭଦ୍ରକ ବିଜେଡ଼ି ବିଧାୟକ ଓ ବିଜେଡ଼ି ଗୁଣ୍ଡାଙ୍କୁ ତୁରନ୍ତ ଗିରଫ କରିବାକୁ ରାଜ୍ୟ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଦାବି କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories