www.samajalive.in
Friday, December 12, 2025
26.1 C
Bhubaneswar

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହୀ ଈଦଗାହ ମସ୍‌ଜିଦ୍‌ ବିବାଦ: ଏଏସଆଇ ସର୍ବେକ୍ଷଣକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଶାହୀ ଈଦଗାହ ମସ୍‌ଜିଦ୍‌ର ଏଏସଆଇ ସର୍ବେକ୍ଷଣକୁ ଅଦାଲତ ଅନୁମୋଦନ କରିଛନ୍ତି। ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହୀ ଈଦଗାହ ମସ୍‌ଜିଦ୍‌ ବିବାଦ ମାମଲାରେ ବିବାଦୀୟ ପରିସରର ସର୍ବେକ୍ଷଣ ଆଡଭୋକେଟ କମିଶନରଙ୍କ ଜରିଆରେ କରିବା ଦାବିରେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରାଯାଇଥିଲା, ଯାହା ଉପରେ ଗୁରୁବାର ଶୁଣାଣି ହୋଇଛି। ଜଷ୍ଟିସ ମୟଙ୍କ କୁମାର ଜୈନଙ୍କ ଏକକ ଖଣ୍ଡପୀଠ ମାମଲା ଶୁଣାଣି କରି ଶାହୀ ଈଦଗାହ ମସ୍‌ଜିଦ୍‌ର ଏଏସଆଇ ସର୍ବେକ୍ଷଣକୁ ଅନୁମୋଦନ କରିଛନ୍ତି। ତେବେ କୋର୍ଟ କମିଶନର କିଏ ହେବେ ଏବଂ ଆଗାମୀ କାର୍ଯ୍ୟାନୁଷ୍ଠାନ କ’ଣ ଗ୍ରହଣ କରାଯିବ ସେନେଇ ଅଦାଲତ ଡିସେମ୍ବର ୧୮ରେ ନିଷ୍ପତ୍ତି ନେବେ।

ହିନ୍ଦୁ ପକ୍ଷ ମଥୁରା ଅଦାଲତରେ ପ୍ରଥମେ ଏହି ଦାବି ଉଠାଇଥିଲେ। ୨୦୨୨ ମସିହା ଡିସେମ୍ବର ମାସରେ ମଥୁରା ଅଦାଲତ ଅମିନ ସର୍ବେକ୍ଷଣକୁ ଅନୁମୋଦନ କରିଥିଲେ, କିନ୍ତୁ ମୁସଲିମ ପକ୍ଷଙ୍କ ଦ୍ବାରା ଉପର କୋର୍ଟରେ ଆପତ୍ତି ଦାଖଲ ପରେ ଅମିନ ସର୍ଭେ ହୋଇପାରି ନ ଥିଲା। ଏବେ ହାଇକୋର୍ଟଙ୍କ ରାୟ ପରେ ମୁସଲିମ୍‌ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି।

- Advertisement -

 

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories