www.samajalive.in
Friday, December 12, 2025
19.1 C
Bhubaneswar

ହଟ୍ଟଗୋଳ କରି ୧୪ ବିରୋଧୀ ସାଂସଦ ନିଲମ୍ବିତ

ଡେସ୍କ: କ୍ରମାଗତ ହଟ୍ଟଗୋଳ କରି ଗୃହ ଚଳାଇ ନ ଦେବା ଅଭିଯୋଗରେ ୧୪ ଜଣ ବିରୋଧୀ ସାଂସଦଙ୍କୁ ଶୀତକାଳୀନ ଅଧିବେଶନ ଶେଷ ଯାଏଁ ନିଲମ୍ବନ କରାଯାଇଛି। ଏହି ୧୪ ଜଣ ସାଂସଦଙ୍କ ମଧ୍ୟରେ ଲୋକସଭାରୁ ୧୩ ଜଣ ଓ ରାଜ୍ୟସଭାରୁ ଜଣ ଅଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଗୃହ ଚାଲିଥିବା ବେଳେ ଦୁଇ ଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରୀରୁ ହଠାତ ଡେଇଁ ପଡି ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ଆସନ ଉପରେ ଡେଇଁବା ଆରମ୍ଭ କରିଥିଲେ। ସେମାନେ ମଧ୍ୟ ନିଜ ସହ ନେଇଥିବା ଏକ କ୍ୟାନରୁ ହଳଦିଆ ଗ୍ୟାସ ନିର୍ଗତ ହେଉଥିବା ଜଣାପଡିଥିଲା।

https://youtu.be/Nv3iNFjqDJg

- Advertisement -

ଏହି ଘଟଣାରେ ବିରୋଧୀ ସଦସ୍ୟ ମାନେ ହଟ୍ଟଗୋଳ କରିବା ସହ ଗୃହରେ ଉତ୍ତର ରଖିବା ଓ ଆଲୋଚନା ପାଇଁ ଦାବି କରିଥିଲେ। ତେବେ ବାଚସ୍ପତି ଓମ ବିର୍ଲା ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ନିଲମ୍ବିତ ହୋଇଥିବା ଲୋକସଭାର ୧୩ ଜଣ ସାଂସଦ ହେଉଛନ୍ତି ବେଣୀ ବେହନନ, ଭିକେ ଶ୍ରୀକାନ୍ଦନ, ମହମ୍ମଦ ଜାୱେଦ, ପିଆର ନଟରାଜନ, କାନିମୋଇ କରୁଣାନିଧି, କେ ସୁବ୍ରମଣ୍ୟମ, ଏସ ଭେଙ୍କଟେସନ, ମାଣିକମ ଟାଗୋର, ଟି ଏନ୍ ପ୍ରଥାପନ୍, ହିବି ଇଡେନ୍, ଏସ୍ ଜୋଥିମଣି, ରମ୍ୟା ହରିଦାସ ଏବଂ ଡିନ୍ କୁରିଆକୋଜ। ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ସାଂସଦ ହେଉଛନ୍ତି ଡେରେକ୍‌ ଓବ୍ରାଇନ୍‌। ଏହି ସାଂସଦଙ୍କ ମଧ୍ୟରେ କଂଗ୍ରେସର ୯, ସିପିଏମର ୨, ଡ଼ିଏମକେର ୨, ସିପିଆଇର ଜଣେ ଓ ଟିଏମସିର ଜଣେ ସାଂସଦ ଅଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories