ମୁମ୍ବଇ : ଖୁବ୍ କମ୍ ଦିନରେ ଅନେକ ସଫଳତା ହାସଲ କରିଥିବା ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟ ‘ମୋଷ୍ଟ ଡିଜାୟରେବଲ ୱିମେନ ୨୦୧୮’ ଟାଇଟଲ୍ ନିଜ ନାଁରେ କରିଛନ୍ତି। ଆଲିୟା ବଲିଉଡ଼ର ଅନେକ ଲୋକପ୍ରିୟ ଅଭିନେତ୍ରୀଙ୍କୁ ପଛରେ ପକାଇ ଏହି ଟାଇଟଲ ହାସଲ କରିଛନ୍ତି। ଗତବର୍ଷ ଏହି ଟାଇଟଲ୍ ଦୀପିକା ପାଦୁକୋନଙ୍କୁ ମିଳିଥିଲା। ଟାଇଟଲ ହାସଲ କରିବା ପରେ ଆଲିୟା ପ୍ରତିକ୍ରିୟାରେ କହିଛନ୍ତି, “ମୋତେ ଏହି ଟାଇଟଲ ପାଇଁ ଯୋଗ୍ୟ ଭାବିଥିବାରୁ ମୁଁ କୃତଜ୍ଞ। ମୁଁ କେବେହେଲେ ଭାବି ନଥିଲି ମୋତେ ଏହି ଟାଇଟଲ ମିଳିବ। ତେବେ ମୁଁ ଜାଣିନାହିଁ ମୋର କେଉଁ ଗୁଣ ମୋତେ ମୋଷ୍ଟ ଡିଜାୟରେବଲ୍ କରିଛି। ହେଲେ ମୋତେ ଲାଗୁଛି କେହି ଆପଣଙ୍କୁ ସେତେବେଳେ ଡିଜାୟରେବଲ୍ ଲାଗେ ଯେତେବେଳେ ଆପଣଙ୍କୁ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ପସନ୍ଦ ଆସେ। ମୋତେ ଲାଗୁଛି ଯେ ମୁଁ ଖୁବ୍ ପାରଦର୍ଶୀ ଓ ଖୁସି ଲାଗୁଛି ଲୋକେ ତାହା ହୃଦୟଙ୍ଗମ କରିପାରୁଛନ୍ତି”।
ଦୀପିକାଙ୍କୁ ପଛରେ ପକାଇ ଆଲିୟା ସାଜିଲେ ‘ମୋଷ୍ଟ ଡିଜାୟରେବଲ ୱିମେନ ୨୦୧୮’
Popular Categories



