www.samajalive.in
Monday, December 15, 2025
26.1 C
Bhubaneswar

ଛାତ୍ରଛାତ୍ରୀଙ୍କୁ ୪୧୫ କୋଟି ଠକିଛି ଅଲ୍‌ ଫଲାହ ବିଶ୍ଵବିଦ୍ୟାଳୟ

ସମାଜଲାଇଭ ଡେସ୍କ: ଦିଲ୍ଲୀ କାର ବିସ୍ଫୋରଣ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଘଟଣା ପଛର ଷଡ଼ଯନ୍ତ୍ରକାରୀମାନେ ହରିୟାଣାର ଅଲ ଫଲାହ ବିଶ୍ଵବିଦ୍ୟାଳୟରୁ ଅଧ୍ୟୟନ କରିଥିବାବେଳେ ଏହି ଶିକ୍ଷାନୁଷ୍ଠାନ ଶିକ୍ଷା ଆଢୁଆଳ​‌ରେ ‘ହ୍ବାଇଟ୍ କଲାର ଟେରର ମଡ୍ୟୁଲ’ ଅର୍ଥାତ ଆତଙ୍କବାଦ ପାଇଁ ଡାକ୍ତରମାନଙ୍କୁ ବ୍ୟବହାର କରିବାର କଳାକୁ ଆପଣାଇଥିଲା। ଏଠାରେ ଦୁଇଟି ଭିନ୍ନ ପରିବେଶ ସୃଷ୍ଟି କରାଯାଇଥିଲା। ଗୋଟିଏ ଶିକ୍ଷା ଏବଂ ଅନ୍ୟଟି ବିଚ୍ଛିନ୍ନତାବାଦ। ଏହି ହ୍ବାଇଟ୍‌ କଲାର ଟେରର ମଡ୍ୟୁଲ ପଛରେ ଜଣେ ପୂର୍ବତନ ପ୍ରଫେସରଙ୍କ ହାତ ଥିଲା ବୋଲି ଏନଆଇଏ ତଦନ୍ତରୁ ଜଣାପଡ଼ିଛି। ସେପଟେ ଛାତ୍ରଛାତ୍ରୀଙ୍କ ଅର୍ଥକୁ ଆତଙ୍କବାଦ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ଫାଇଦାରେ ଅନୁଷ୍ଠାନର ଉଚ୍ଚ ପଦସ୍ଥ ଅଧିକାରୀମାନେ ବିନିଯୋଗ କରିଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀ ଫି ବାବଦ ପ୍ରାୟ ୪୧୫ କୋଟି ଟଙ୍କାକୁ ଏମାନେ ଠକି ନେଇ ଶେଲ୍‌ କମ୍ପାନୀ ଏବଂ ଏବଂ ଅନ୍ୟାନ୍ୟ ବ୍ୟାବସାୟିକ କାର୍ଯ୍ୟରେ ଲଗାଇଛନ୍ତି। ଶିକ୍ଷାଦାର ଏକ ସମ୍ମାନଜନକ ମୁଖା ପିନ୍ଧି ଅନୁଷ୍ଠାନ ଅନୀତି ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସୁଥିବା ତଦନ୍ତରୁ ଜଣାପଡ଼ିଛି।

ଏହି ବିଶ୍ଵବିଦ୍ୟାଳୟକୁ ନାକ୍ ପକ୍ଷରୁ ଏ ଗ୍ରେଡ ମାନ୍ୟତା ଦିଆଯାଇଥିବା ବୋଲି ଅନୁଷ୍ଠାନ ପ୍ରଚାର ପ୍ରସାର କରି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଆସୁଥିଲା। କିନ୍ତୁ ପ୍ରକୃତରେ ନାକ୍ ପକ୍ଷରୁ ସେଭଳି କୌଣସି ମାନ୍ୟତା ଦିଆଯାଇ ନ ଥିଲା। କେବଳ ଛାତ୍ରଛାତ୍ରୀଙ୍କୁ ପ୍ରଲୋଭିତ କରି ସେମାନଙ୍କ ଫି’ ହଡ଼ପ କରିବା ଏହି ବିଶ୍ଵବିଦ୍ୟାଳୟର ଏକ ଚକ୍ରାନ୍ତ ଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories