www.samajalive.in
Saturday, December 6, 2025
26.1 C
Bhubaneswar

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା : ସୋମବାର ପ୍ରଶାସନ-ସେବାୟତ ସମନ୍ୱୟ ବୈଠକ

– ଚୁଡାନ୍ତ ହେବ ଜାଗର ନୀତିକାନ୍ତି ଓ ସୁନାବେଶ ଦର୍ଶନ, – ଯାତ୍ରା ପୂର୍ବରୁ ସରିବ ଶିବଗଙ୍ଗା ପୁଷ୍କରିଣୀ କାର୍ଯ୍ୟ

ଆରଡି :  ଆସନ୍ତା ମାର୍ଚ୍ଚ ୪ ଅର୍ଥାତ ସୋମବାର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା। ଏଥିପାଇଁ ସଜେଇ ହେଉଛି ମୁଖ୍ୟ ମନ୍ଦିର ସମେତ ମନ୍ଦିର ବେଢା ଓ ୪ ଦ୍ୱାରର ମୁଖଚାଳି । ରୂପକାର ସେବାକାରୀଙ୍କ ପକ୍ଷରୁ ରଙ୍ଗକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଥିଲେ ମଧ୍ୟ ପୀଠରେ ଅନେକ କାର୍ଯ୍ୟ ଅସମ୍ପୁର୍ଣ୍ଣ ହୋଇ ରହିଛି । ବିଶେଷକରି ଚଳିତ ଜାଗରଯାତ୍ରାରେ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବାର ଆଶଙ୍କା ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୀଠରେ ପରିମଳ ବ୍ୟବସ୍ଥା, ପାନୀୟଜଳ ପଏଣ୍ଟ ଓ ନଳକୂପ, ଯାତାୟତ ନିମନ୍ତେ ରାସ୍ତା ଗୁଡିକର ମରାମତି ଏପର୍ଯ୍ୟନ୍ତ ହୋଇ ପାରିନାହିଁ । ସେହିପରି ଭକ୍ତମାନଙ୍କ ପାଇଁ ସାମନ୍ୟ ପରିସ୍ରାଗାରଟିଏ ନଥିବାରୁ ନାନା ହଇରାଣ ହେଉଛନ୍ତି ଆଗନ୍ତୁକ ଶ୍ରଦ୍ଧାଳୁ ଓ ଭକ୍ତ । ଅନ୍ୟପଟେ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀର ପଙ୍କ ଉଦ୍ଧାର ସହିତ ସୈାନ୍ଦର୍ଯ୍ୟକରଣ ନିମନ୍ତେ ଗତ ୨ବର୍ଷ ହେବ ପୁଷ୍କରିଣୀ ସୁଖାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ ନକରି ଠିକାଦାର ଅଧାରୁ ଛାଡି ପଳାଇବା ଦ୍ୱାରା ପୁଷ୍କରିଣୀର ଉତ୍ତର ପାର୍ଶ୍ବର ପାଚେରୀ ଓ ମଝିରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଚନ୍ଦନ ମନ୍ଦିର ଆଶାଆଶଙ୍କା ମଧ୍ୟରେ ରହିବା ଦ୍ୱାରା ସେବାୟତମାନେ ପୂର୍ଣ୍ଣାଙ୍ଗ କରିବା ପାଇଁ ପ୍ରଶାସନ ନିକଟରେ ଦାବି ରଖିବା ସହ ଚଳିତ ଜାଗରଯାତ୍ରା ସମନ୍ୱୟ ବୈଠକକୁ ବର୍ଜନ କରିଥିଲେ। ସେହିପରି ମନ୍ଦିର ବେଢା ମଧ୍ୟରେ ଶ୍ରାବଣୀମଣ୍ଡପ ନିର୍ମାଣ ସହ ପୀଠରେ ଅନେକ କାର୍ଯ୍ୟ ତ୍ୱରାନିତ୍ୱ ହେଉନଥିବା ଆଦି ପ୍ରସଙ୍ଗ ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ।
ଏବେ ପୁଷ୍କରିଣୀ ମଧ୍ୟରେ ଭର୍ତ୍ତି ରହିଥିବା ଦୁଷିତ ପାଣିକୁ ନିଷ୍କାସନ କରାଯିବା ସହିତ ଉତ୍ତର ପାର୍ଶ୍ବରେ ପାଚେରୀ ନିର୍ମାଣ ଆରମ୍ଭ ହୋଇଛି। ତାହାସହ ଯାତ୍ରା ପୂର୍ବରୁ କାର୍ଯ୍ୟ ଶେଷ କରିବା ସହିତ ପାଣି ଭରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ଏପରିକି ୨୪କୋଠରୀ ବିଶିଷ୍ଟ ଦୋକନ ଗୃହ ନିର୍ମାଣ, ମନ୍ଦିର ବେଢା ପ୍ରାଙ୍ଗଣରେ ଶ୍ରାବଣୀ ମଣ୍ଡପ ନିର୍ମାଣ ଖୁବ ଶିଘ୍ର କରାଯିବ ବୋଲି ଚାନ୍ଦବାଲି ତହସିଲିଦାର ଓ ମନ୍ଦିର ପ୍ରଶାସକ ସେବାୟତମାନଙ୍କ ସହ ଆଲୋଚନା କରିବା ପରେ ସେବାୟତମାନେ ଆସନ୍ତା ୨୫ ସୋମବାର ଜିଲାସ୍ତରୀୟ ସମନ୍ୱୟ ବୈଠକକୁ ଯିବେ ବୋଲି ପ୍ରକାଶ ପାଇଛି।

ଜାଗରଯାତ୍ରା ଆଉମାତ୍ର ୭ଦିନ ଥିବାରୁ ମନ୍ଦିରର ସମସ୍ତ ନୀତିକାନ୍ତି ସହ ସୁନାବେଶ ଦର୍ଶନ, ମହାଦୀପ ମନ୍ଦିର ଚୂଡାକୁ ଉଠିବା ସମୟ ନୀର୍ଘଣ୍ଟ ସ୍ଥିର କରାଯିବା ବୋଲି ସେବାୟତମାନଙ୍କ ପକ୍ଷରୁ ପ୍ରକାଶ ପାଇଛି । ତାହାସହ ମନ୍ଦିରର ଲାଗି ରହିଥିବା ସମସ୍ୟା ବାବଦରେ ସ୍ୱତନ୍ତ୍ର ଭାବେ ଆଲୋଚନା କରାଯିବ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories